Masthead

5Tକୁ ମାନୁନାହାନ୍ତି ସରକାରୀ କର୍ମଚାରୀ

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ତହସିଲ ଅଫିସରେ ବେଆଇନ କାର୍ଯ୍ୟ। ଜଳାଶୟକୁ କରିଦେଲେ ସାରଦ-୨ । ସାନଷାଠିଏ ବାଟିଆ ମୌଜାର ଜଳାଶୟକୁ ଢେଙ୍କାନାଳ ସଦର ତହସିଲ ଅଫିସର କର୍ମଚାରୀମାନେ କିସମ ପରିବର୍ତ୍ତନ କରିଦେଲେ ଜଳାଶୟକୁ ସାରଦ-୨ କରି ଜଣେ ବ୍ୟକ୍ତିଙ୍କୁ ପଟ୍ଟା ପ୍ରଦାନ କରିଛନ୍ତି । ଆଉ ଉକ୍ତ ଜମିକୁ ୧କୋଟିରୁ ଅଧିକ ଟଙ୍କାରେ ବିକ୍ରି କରାଯାଇଛି। ଏଥିରେ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ଭାଗ ମଧ୍ୟ ଅଛି। ତହସିଲଦାର ଜୁଲାଇ ୭ରେ ଜିଲ୍ଲା ସବରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ। ସାନଷାଠିଏ ବାଟିଆର ୩୧୦ ଡେସିମିଲି ଜଳାଶୟ- ୨ କିସମର ରହିଥିବା ବେଳେ କାର୍ଯ୍ୟାଳୟର କିଛି କର୍ମଚାରୀ ଚଞ୍ଚକତା କରି ଏହାକୁ କୌଣସି ସରକାରୀ ନିର୍ଦ୍ଦେଶ ବିନା ସାରଦ- ୨ ରେ ପରିବର୍ତନ କରିଛନ୍ତି ।

ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ବିକ୍ରିବଟା ବନ୍ଦ ରଖିବା ପାଇଁ ତହସିଲଦାର ସବରେଜିଷ୍ଟ୍ରାରଙ୍କୁ କହିଥିଲେ। ଚିଠିର ନକଲ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ମଧ୍ୟ ଦିଆଯାଇଥିଲା । ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଅଫିସରେ ଗୋଟିଏ ଦିନରେ ଚିଠି ପହଞ୍ଚି ଥିବା ବେଳେ ସବରେଜିଷ୍ଟାରଙ୍କ ଅଫିସରେ ପହଞ୍ଚିବାକୁ ୨୦ ଦିନ ଲାଗିଥିଲା । ଏ ସଂକ୍ରାନ୍ତରେ ସଦର ତହସିଲଦାର ସୁରେଶ ପଣ୍ଡାଙ୍କୁ ପଚାରିବାରୁ କ୍ୟାମେରା ସମ୍ମୁଖରେ କିଛି କହିବାକୁ ରୋକଠୋକ ମନା କରିଦେଇଥିଲେ। ।

ତେବେ କିସମ ବଦଳାଇବା ଘଟଣାଟି ଗତବର୍ଷ ୨୦୨୦ ରେ ଜଣାପଡିଥିଲା। ତତ୍କାଳୀନ ଜିଲ୍ଲାପାଳ ସେତେବେଳେ ଥିବା ଉପଜିଲ୍ଲାପାଳ ବର୍ତ୍ତମାନର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉପଜିଲ୍ଲାପାଳ କୌଣସି ଉତ୍ତର ନଦେବାରୁ ଜିଲ୍ଲାପାଳ ପୁନର୍ବାର ରିମାଇଣ୍ଡର ମଧ୍ୟ ଦେଇଥିଲେ। ତେବେ ଉପ ଜିଲ୍ଲାପାଳ କାହିଁକି ତଦନ୍ତ ରିପୋର୍ଟ ଦେଲେନାହିଁ ଏବଂ ସେ ନେଇ ତତ୍କାଳୀନ ଜିଲ୍ଲାପାଳ କଣ ପଦକ୍ଷେପ ନେଇଥିଲେ ତାହା ତଦନ୍ତ କଲେ ହିଁ ଜଣାପଡିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ