ମଦ ବିକ୍ରିର ନୂଆ ଫଣ୍ଡା

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ): ମଦ ବିକ୍ରିର ନୂଆ ଫଣ୍ଡା। ଭିନ୍ନ ଭିନ୍ନ ତରିକା ଆପଣାଇ ଖୁଲମଖୁଲା ଦେଶୀ ମଦ ବ୍ୟବସାୟ କରୁଛନ୍ତି ବେପାରୀ। କେତେବେଳେ ଟ୍ୟୁବ୍ ତ ଆଉ କେତେବେଳେ ଜାର୍ ମାଧ୍ୟମରେ ଚାଲିଛି ଦେଶୀ ମଦ ବେପାର। ହେଲେ ଏବେ ଆଉ ଏକ ନୂଆ ଢଙ୍ଗରେ ମଦ କାରବାର ସାମ୍ନାକୁ ଆସିଛି। ସୋଡ଼ା ଓ କୋଲଡ୍ ଡ୍ରିଙ୍କସ୍ ବୋତଲରେ ଦେଶୀ ରନ୍ଧା ମଦ ଭର୍ତ୍ତି କରି ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏଭଳି ଅଭିନବ ଢଙ୍ଗରେ ବଲାଙ୍ଗିର ସହରରେ ମଦ ବିକ୍ରି କରି ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ଗିରଫ ମଦ ବେପାରୀ ଜଣକ ହେଲେ ଖର୍ସେଲପଡ଼ାର କିଶୋର ଠେଲା।

ପୋଲିସ ସୂଚନା ଅନୁସାରେ, ସହରର ଶାନ୍ତିପଡ଼ା ନିକଟ ଖର୍ସେଲ୍‌ପଡ଼ାର କିଶୋର ୨୦୦ ଗ୍ରାମ ସୋଡ଼ା ଓ କୋଲ୍‌ଡ ଡ୍ରିଙ୍କସ୍‌ ବୋତଲରେ ଦେଶୀ ମଦ ଭର୍ତ୍ତି କରି ବିକ୍ରି କରୁଥିଲେ। ଆଦର୍ଶ ଟାଉନ୍‌ ଥାନା ପୋଲିସ ସେଠାରେ ଚଢ଼ାଉ କରି କିଶୋରଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୫୦ଟି ମଦ ଭର୍ତ୍ତି ସୋଡ଼ା ଓ କୋଲ୍‌ଡ ଡ୍ରିଙ୍କସ୍‌ ବୋତଲ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଆଦର୍ଶ ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ। ତେବେ ସହର ମଧ୍ୟରେ ଏଭଳି ଖୁଲମଖୁଲା ଦେଶୀ ମଦ ବ୍ୟବସାୟ ଚାଲିଥିଲେ ମଧ୍ୟ ପୋଲିସକୁ କେମିତି ସୁରାକ ମିଳି ନ ଥିଲା ତାହା ବଡ଼ ପ୍ରଶ୍ନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ