Masthead

ତୃତୀୟ ପର୍ଯ୍ୟାୟରେ ୬୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରିଲା ତୃତୀୟ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରହଲ୍ଲାଦ ଯୋଶୀ, ମନସୁଖ ମାଣ୍ଡଭ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ସେହିପରି ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହଙ୍କ ସମେତ ବହୁ ଭିଭିଆଇପି ଭୋଟ ଦେଇଛନ୍ତି । ସନ୍ଧ୍ୟା ୭ଟା ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ୬୧ ପ୍ରତିଶତ ମତଦାନ ହୋଇଛି। ସବୁଠାରୁ ଅଧିକ ମତଦାନ ଆସାମ ଓ ପଶ୍ଚିମବଙ୍ଗରେ ହୋଇଛି । ଆସାମରେ ୭୫.୦୧ ପ୍ରତିଶତ ମତଦାନ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶତ ମତଦାନ ହୋଇଛି ।

ବିହାରରେ ୫୬.୫୦ ପ୍ରତିଶତ, ଛତିଶଗଡ଼ରେ ୬୬.୯୪ ପ୍ରତିଶତ, ଗୋଆରେ ୭୪.୦୦ ପ୍ରତିଶତ, ଗୁଜରାଟରେ ୫୬.୧୨ ପ୍ରତିଶତ, କର୍ଣ୍ଣାଟକରେ ୬୬.୭୧ ପ୍ରତିଶତ, ମଧ୍ୟପ୍ରଦେଶରେ ୬୨.୭୧ ପ୍ରତିଶତ, ମହାରାଷ୍ଟ୍ରରେ ୫୩.୯୫ ପ୍ରତିଶତ, ଉତ୍ତରପ୍ରଦେଶରେ ୫୭.୦୩ ପ୍ରତିଶତ । ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉରେ ୬୫.୨୩ ପ୍ରତିଶତ ମତଦାନ ହୋଇଛି। ତୃତୀୟ ପର୍ଯ୍ୟାୟରେ ଯେଉଁ ୯୪ଟି ଆସନରେ ନିର୍ବାଚନ ହୋଇଥିଲା, ସେଥିରେ ବିଜେପିର ସ୍ଥିତି ସୁଦୃଢ଼ ରହିଛି। ଛୋଟ ଛୋଟ ହିଂସାକୁ ଛାଡ଼ିଦେଲେ ୩ୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ