Masthead

ବିମାନ ଚଳାଚଳ ପାଇଁ ବିଶ୍ଵକୁ ଅନୁରୋଧ କଲା ତାଲିବାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ପ୍ରଥମ ଥର ପାଇଁ ବାଣିଜ୍ୟିକ ବିମାନ ଆରମ୍ଭ କରିବାକୁ ବିଭିନ୍ନ ଦେଶକୁ ଚିଠି ଲେଖିଛି। ଭାରତକୁ ମଧ୍ୟ ସମାନ ଅନୁରୋଧ କରାଯାଇଛି। ଆଫଗାନିସ୍ତାନର ଇସଲାମିକ୍ ଏମିରେଟର ନୂତନ ଶାସକ ଭାରତର ଡିଜିସିଏକୁ ଏହି ଚିଠି ଲେଛଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଭାରତ ଏହାର କୌଣସି ପ୍ରତିକ୍ରିୟା ଦେଇନି।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଦିଆଯାଇଥିବା ଏହି ଚିଠି ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କାର୍ଯ୍ୟକାରୀ ମନ୍ତ୍ରୀ ଅଲହାଜ ହେମିଦୁଲ୍ଲା ଅଖୁନଜଡା ଲେଖିଛନ୍ତି। ସେପ୍ଟେମ୍ବର ୭ ତାରିଖରେ ଏହି ଚିଠି ହୋଇଛି।  ସେଥିରେ ଲେଖାଯାଇଛି, ଆପଣ ଅବଗତି ଥିବେ ଯେ,  ଆମେରିକା ସେନା ପ୍ରତ୍ୟାହାର ପୂର୍ବରୁ କାବୁଲ ବିମାନ ବନ୍ଦରକୁ ଅକାମି କରିଦିଆଯାଇଥିଲା । ଏଥିରେ କାବୁଲ ବିମାନ ବନ୍ଦର ବିପୁଳ କ୍ଷତିଗ୍ରସ୍ତ ହୋଇଛି। ତେବେ କାତାର ଭାଇଙ୍କ ବୈଷୟିକ ସହଯୋଗ ଯୋଗୁ ପୁଣି ଥରେ ବିମାନବନ୍ଦର  କାର୍ୟ୍ୟକ୍ଷମ ହୋଇଛି। ଏହା ପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବା ନେଇ ଆମେ ଚାହୁଁଛୁ  ବୋଲି ଚିଠିରେ ଉଲ୍ଲେଖ ରହିଛି।

ଅଗଷ୍ଟ ୩୦ରେ ଆମେରିକା ସେନା ପ୍ରତ୍ୟାହାର ପରେ  ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ  ନେଇଥିଲା। ଅଗଷ୍ଟ ୨୧ରେ ଶେଷଥର ପାଇଁ ଆଫଗାନିସ୍ତାନରୁ ଭାରତକୁ ବିମାନ ଉଡ଼ାଣ ହୋଇଥିଲା।   ଆଫଗାନିସ୍ତାନରେ ତାଲିବାନ ବବର୍ବରଚିତ ଆକ୍ରମଣ ପରେ ସମଗ୍ର ଦେଶକୁ ନିଜ ଅଧୀନକୁ ନେଇଗଲା। ଏହା ସହ ଆଫଗାନିସ୍ତାନର ସମଗ୍ର ବିଶ୍ୱ ସହିତ କୂଟନ .ତିକ ସମ୍ପର୍କ ବନ୍ଦ ହୋଇଗଲା। ଯଦିଓ କିଛି ଦେଶ ଆଫଗାନିସ୍ତାନରେ ନିଜର ଦୂତାବାସ ଚଳାଉଥିଲେ, କିନ୍ତୁ ବିମାନ ମାର୍ଗ ଦେଇ ଆଫଗାନିସ୍ତାନକୁ ସମଗ୍ର ବିଶ୍ୱରୁ ବିଚ୍ଛିନ୍ନ କରାଯାଇଥିଲା। କାବୁଲ ବିମାନବନ୍ଦର ଉପରେ ଆକ୍ରମଣ ପରେ ହ୍ୟାଙ୍ଗର ରନୱେ ଏବଂ ଏୟାର ଟ୍ରାଫିକ ନିୟନ୍ତ୍ରଣ କକ୍ଷ ସମେତ ଅଧିକାଂଶ ବିମାନବନ୍ଦର ଅଞ୍ଚଳ ନଷ୍ଟ ହୋଇଯାଇଥିଲା। ଆଫଗାନିସ୍ତାନର ବେସାମରିକ ବିମାନ ଚଳାଚଳ ବିଭାଗର ସୂଚନା ଅନୁଯାୟୀ ତୁର୍କୀ ଏବଂ କତାରର ବିମାନବନ୍ଦର ବିଶେଷଜ୍ଞମାନେ ସମଗ୍ର ବିମାନବନ୍ଦର ନିର୍ମାଣ ଏବଂ ପୁନନିର୍ମାଣ କରିଛନ୍ତି। ଆଫଗାନିସ୍ତାନ ବିଶ୍ଵର ବିଭିନ୍ନ ଦେଶ ସହ ଯୋଗାଯୋଗ କରି କାବୁଲକୁ ବ୍ୟବସାୟିକ ବିମାନ ଯାତ୍ରା ଆରମ୍ଭ କରିବାକୁ ଚିଠି ଲେଖିଛି।ଅନ୍ୟପଟେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ଭାରତ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇ ନାହିଁ।

ପ୍ରାୟ ୨୦ ବର୍ଷ ପରେ ତାଲିବାନ ଆଫଗାନ ଶାସନ ହାତେଇଛି। ଦେଶ ଏବେ ଅଶାନ୍ତ ଥିବା ବେଳେ ହଜାର ହଜାର ଲୋକେ ଦେଶ ଛାଡିବାକୁ ଅପେକ୍ଷା କରି ରହିଛନ୍ତି। ଅଗଷ୍ଟ ୩୧ ତାରିଖରେ ଆମେରିକୀୟ ସେନା ଆଫଗାନିସ୍ତାକୁ ସବୁଦିନ ଲାଗି ଛାଡିଥିଲେ। ତେବେ ତା ପୂର୍ବରୁ ସେମାନଙ୍କ ସହ ୧ଲକ୍ଷ ୨୦ ହଜାରରୁ ଅଧିକ ଆଫଗାନ ନାଗରିକଙ୍କୁ ନେଇଯାଇଛନ୍ତି। ହେଲେ ବି ସେମାନଙ୍କ ସହ ଦେଶରେ କାମ କରିଥିବା ଅନେକ ଲୋକେ ଏବେ ତାଲିବାନଙ୍କ ଟାର୍ଗେଟ୍‌ରେ ଅଛନ୍ତି। ଯେଉଁମାନେ ଦେଶ ଛାଡିବାକୁ ଚାହୁଁଛନ୍ତି।

ଆମେରିକୀୟ ସୈନିକଙ୍କ ସହ କାମ କରିଥିବା ୨୮ ବର୍ଷିୟ ମୀର କୁହନ୍ତି ସେ ଏବେ ତାଲିବାନଙ୍କ ଡରରେ ଲୁଚିଲୁଚି ବୁଲୁଛନ୍ତି। ତାଙ୍କ ପରିବାର ମଧ୍ୟ ତାଙ୍କ ସହ ଅଛନ୍ତି। ତାଲିବାନ ରାତିରେ ଲୋକଙ୍କ ଘର ଉପରେ ଚଢଉ କରୁଛନ୍ତି, ସେମାନେ ଖୋଜୁଥିବା ଲୋକ ମିଳିଗଲେ ପରିବାରର ସମସ୍ତଙ୍କୁ ହତ୍ୟା କରୁଛନ୍ତି ବୋଲି ନ୍ୟୁୟର୍କ ପୋଷ୍ଟକୁ ସାକ୍ଷାତକାରରେ କହିଛନ୍ତି। ଏଣୁ ଏଭଳି ପରିସ୍ଥିତିରେ ଅନେକ ଦେଶବାସୀ ଛାଡି ଚାଲିଯିବାକୁ ଚାହୁଁଥିବା ଜଣାପଡିଛି।

 ଏସବୁ ଭିତରେ କେଉଁ ଭରସାରେ ବିଶ୍ଵର ବଡ଼ ବଡ଼ ଦେଶ ଗୁଡିକ ତାଲିବାନର ଅନୁରୋଧକୁ ଭରସା କରିବେ? ଆଉ ବିମାନ ଚଳାଚଳକରି ନିଜ ଦେଶବାସୀଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବେ। ବିଶେଷକରି ଭାରତ ଆତଙ୍କର ତାଣ୍ଡବ ରଚିଥିବା ଆଫଗାନର କ୍ଷମତାସୀନ ତାଲିବାନର ସରକାରକୁ ପ୍ରତ୍ୟାଖ୍ୟାନ କରିପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା