Masthead

ଋତୁପୂର୍ଣ୍ଣା ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ

କନ୍ଧମାଳ (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର କନବା ଗେରି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ପ୍ରଶାସନିକ ଅଧିକାରୀ ଭାବରେ କୃତିତ୍ୱ ଅର୍ଜନ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ ୧୯୮୩ ମସିହାରେ କାନବାଗେରି ଗ୍ରାମ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ପ୍ରଚେଷ୍ଟା ବଳରେ ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟଭାର ତୁଲାଉଛନ୍ତି ।

ଐଶ୍ୱର୍ଯ୍ୟାଙ୍କ ପିଲା ବେଳର ନାମ ଥିଲା ରତିକାନ୍ତ ପ୍ରଧାନ । ପିଲା ଦିନରୁ ଐଶ୍ୱର୍ଯ୍ୟାଙ୍କ ପାଠ ପଢ଼ା ପ୍ରତି ବିଶେଷ ଆଗ୍ରହ ଥିଲା । ଯୁକ୍ତ ୩ ପର୍ଯ୍ୟନ୍ତ କନ୍ଧମାଳ ଜିଲାରେ ପଢ଼ିଥିଲେ । ପରେ ସ୍ନାତକ ପଢ଼ିବା ନିମନ୍ତେ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ । ବର୍ତ୍ତମାନ ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ହେଉଛନ୍ତି ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ । ୨୦୧୦ ମସିହାରେ ପ୍ରଥମ ଚେଷ୍ଟାରେ ଓ.ଏଫ.ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିଲେ ।

ଏହାପରେ ତାଙ୍କର ନିଯୁକ୍ତି ପୁରୀ, ସମ୍ବଲପୁରଏବଂ ପାରାଦୀପର କମର୍ସିଆଲ ସେଲ ଟାକ୍ସ ଅଫିସର ଭାବରେ ହୋଇଥିଲା । ଏବେ ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା କଟକରେ ସିଟି ଏବଂ ଜିଏସଟିର ଡେପୁଟି କମିସନର ଭାବେ ଦାୟିତ୍ୱ ତୁଲାଉଛନ୍ତି । ଐଶ୍ୱର୍ୟ୍ୟା ଋତୁପୂର୍ଣ୍ଣାଙ୍କ ନିଜସ୍ୱ କାର୍ଯ୍ୟ ଦକ୍ଷତା, ଦୃଢ଼ ଇଛାଶକ୍ତି ଓ ଲକ୍ଷ୍ୟପ୍ରାପ୍ତି ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛନ୍ତି ଘୁ.ଉଦୟଗିରିବାସୀ ଓ ଏହି କୃତିତ୍ୱ ପାଇଁ ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ଅନେକ କିନ୍ନର ଏବଂ ସାଧାରଣ ଜନତାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ