Masthead

ଅଯୋଧ୍ୟାରେ ହେବ ରାମଲୀଳା, ଅଭିନୟ କରିବେ ବିଜେପି ସାଂସଦ

ଅଯୋଧ୍ୟା (ବଡ଼ ଖବର ବ୍ୟୁରୋ) : ଅଯୋଧ୍ୟାରେ ହେବ ରାମଲୀଳା । ଏହି ରାମଲୀଳା ଚରିତ୍ରରେ ଅଭିନୟ କରିବେ ବିଜେପି ସାଂସଦ ଓ ବଲିଉଡ କଳାକାର । ଚଳିତ ବର୍ଷ ଦଶହରାରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ ରାମଲୀଳା । ଏଥିରେ ରାମାୟଣର ପ୍ରତିଟି ଚରିତ୍ରରେ ଅଭିନୟ କରିବେ ବିଜେପିର ଏକାଧିକ ସାଂସଦ ଓ ବଲିଉଡର ନାମୀ କଳାକାର ।

ନିର୍ମାଣଧିନ ଶ୍ରୀରାମ ମନ୍ଦିର ଠାରୁ ଦେଢ କିଲୋମିଟର ଦୂରରେ ଥିବା ଲକ୍ଷ୍ମଣ କିଲାରେ ଏହା ମଂଚସ୍ଥ ହେବ ବୋଲି ଦୈନିକ ସମ୍ବାଦ ‘ଦି ଇଣ୍ଡିିଆନ ଏକ୍ସପ୍ରେସ’ରେ ପ୍ରକାଶ ପାଇଛି । ସୂଚନା ମୁତାବକ, ରାମଲୀଳା ଅକ୍ଟୋବର ୬ରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ । ଏହାକୁ ବିଭିନ୍ନ ଚ୍ୟାନେଲରେ ପ୍ରସାରଣ ମଧ୍ୟ କରାଯିବ । ଉତ୍ତରପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ରାମାୟଣର ଏକାଧିକ ଚରିତ୍ରରେ ଅବତୀର୍ଣ୍ଣ ହେବେ । ସେହିପରି ପର୍ଶୁରାମଙ୍କ ଚରିତ୍ରରେ ଦେଖାଦେବେ ଗୋରଖପୁର ସାଂସଦ ତଥା ଅଭିନେତା ରବି କିଶନ, ନାରଦ ହେବେ ବଲିଉଡ୍ ଅଭିନେତା ଆସ୍ରାନି ଓ ଭେଟେରାନ୍ ଆକ୍ଟର ଶକ୍ତି କପୁର କରିବେ ଅହିରାବଣ ଚରିତ୍ର । ହନୁମାନଙ୍କ ଚରିତ୍ରରେ ଓହ୍ଲାଇବେ ସ୍ୱର୍ଗତ ଦାରାସିଂଙ୍କ ପୁଅ ବିନ୍ଦୁ ଦାରା ସିଂ ଓ କୁମ୍ଭକର୍ଣ୍ଣ ଚରିତ୍ର କରିବେ ରଜା ମୁରାଦ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର