Masthead

ସାହାଯ୍ୟ ପାଇଁ କାଲି କେନ୍ଦ୍ରାପଡ଼ା ଯିବ ବଡ଼ ଖବର

(ବଡ଼ ଖବର ବ୍ୟୁରା): ଶ୍ରୀକ୍ଷେତ୍ର ପୁରୀ ପରେ ତୁଳସୀକ୍ଷେତ୍ର । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପହଞ୍ଚିବ ଲୋକଙ୍କ ଚ୍ୟାନେଲ ବଡ଼ ଖବର । ନିରପେକ୍ଷ ସାମ୍ବାଦିକତା ପାଇଁ, ଗଣତନ୍ତ୍ରର ସୁରକ୍ଷା ପାଇଁ ସାଧାରଣ ଲୋକଙ୍କୁ ସାହାଯ୍ୟ ମାଗିବ ବଡ଼ ଖବର । ସୋମବାର ତଥା ଆସନ୍ତାକାଲି ଦିନ ୧୦ଟାରେ କେନ୍ଦ୍ରପଡ଼ାରେ ହେଲ୍ପ ବଡ଼ ଖବର ଅଭିଯାନ ଆରମ୍ଭ ହେବ । ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜିଉଙ୍କ ଆଶୀର୍ବାଦରୁ ମନ୍ଦିର ସାମ୍ନାରେ ବଡ଼ ଖବର ପକ୍ଷରୁ ସାହାଯ୍ୟ ପାଇଁ ଅନୁରୋଧ କରାଯିବ । ଏହା ସହ କେନ୍ଦ୍ରାପଡ଼ାର ତିନି ମୁହାଣି ଛକରେ ମଧ୍ୟ ବଡ଼ ଖବର ଟିମ୍ ଆପଣଙ୍କ ଅପେକ୍ଷାରେ ରହିବ ।

କେନ୍ଦ୍ରାପଡାବାସୀଙ୍କ ସହ ସବୁ ସୁଖ, ଦୁଃଖରେ ଛିଡା ହୋଇଛି ବଡ଼ ଖବର । ସାଧାରଣ ମଣିଷଙ୍କ ସ୍ୱାର୍ଥ ପାଇଁ ଲଢେଇ କରିଛି । ଶାସନରେ ଥିବା ଲୋକଙ୍କୁ ପ୍ରଶ୍ନ କରିଛି । ଆଜି ଏହି ଚ୍ୟାନେଲ ଚଲାଇବାକୁ, ଆପଣମାନଙ୍କ ସହେଯାଗ ଦରକାର ହେଉଛି । ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ, ଯେତିକି ସମ୍ଭବ ସହଯୋଗ କରି ବଡ଼ ଖବରର ମନୋବଳ ବଢାଇ ପାରିବେ। ଏହା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବଡ଼ ଖବରର ଶୁଭେଚ୍ଛୁମାନେ ବହୁ ସଂଖ୍ୟାରେ ଭାଗ ନେଇ ସାହାଯ୍ୟର ହାତ ବଢାଇଥିଲେ । କେନ୍ଦ୍ରାପଡ଼ାବାସୀ ମଧ୍ୟ ବଡ଼ ଖବର ସହ ଛିଡା ହେବେ ବୋଲି ଆଶା ରଖିଛି ବଡ଼ ଖବରର ପୂରା ଟିମ୍ ।

ବଡ଼ ଖବର କୌଣସି ପୁଞ୍ଜିପତି କିମ୍ବା ରାଜନେତାଙ୍କ ଚ୍ୟାନଲେ ନୁହେଁ । ଏହା ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ । ସାହସର ସହ ଲୋକଙ୍କ ପାଇଁ ଲଢେଇ କରିବା ହିଁ ବଡ଼ ଖବରର ଏକମାତ୍ର ଲକ୍ଷ୍ୟ । ଏଥିପାଇଁ ଆପଣମାନଙ୍କ ସହଯୋଗ ଆବଶ୍ୟକ ହେଉଛି । ଆପଣମାନେ ନିଶ୍ଚୟ ନିରପେକ୍ଷ ଗଣମାଧ୍ୟମ ସହ ଛିଡାହେବେ ଏହି ଆଶାରେ ହେଲ୍ପ ବଡ଼ ଖବର ଅଭିଯାନ ଆରମ୍ଭ କରାଯାଇଛି। ଏହିକ୍ରମରେ କାଲି କେନ୍ଦ୍ରାପଡ଼ାରେ କାର୍ଯ୍ୟକ୍ରମ ରଖାଯାଇଛି । ବଡ଼ ଖବରକୁ ସାହାଯ୍ୟ କରିବାକୁ ୬୩୭୦୭୦୧୨୦୧ ନମ୍ବରରେ ଯୋଗାଯୋଗ ମଧ୍ୟ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ