Masthead

ସ୍ମୃତି ତୁମେ ଅରିନ୍ଦମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ । ସବୁଠି ଶୋକର ଛାୟା ଖେଳିଯାଇଛି । ଅରିନ୍ଦମଙ୍କ ସ୍ମୃତିରେ ଆଇଆଇଏମସି ପୁରାତନ ଛାତ୍ର ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ପ୍ରେସ କ୍ଲବରେ ଆୟୋଜିତ ସଭାରେ ଆଇଆଇଏମସିର ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଅରିନ୍ଦମଙ୍କ ପାଇଁ ନିରବ ପ୍ରାର୍ଥନା କରିବା ସହ ତାଙ୍କ ସହ ଜଡ଼ିତ ସ୍ମୃତିକୁ ମନେ ପକାଇଥିଲେ ।

ଅରିନ୍ଦମଙ୍କ ବିୟୋଗରେ ସାମ୍ବଦିକ ଜଗତ ସହ ଆଇଆଇଏମସି ପରିବାରରେ ମଧ୍ୟ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଅରିନ୍ଦମ ଦାସ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳର ୨୦୦୪-୦୫ ବ୍ୟାଚ୍ ଛାତ୍ର । ପାଠ ପଢ଼ିବା ସମୟରୁ ରିପୋର୍ଟିଂ ପ୍ରତି ତାଙ୍କର ତୀବ୍ର ରୁଚି ରହିଥିଲା । ସାମ୍ବାଦିକତାକୁ ବ୍ରତ ଭାବରେ ସେ ଗ୍ରହଣ କରିଥିଲେ । ସଂସ୍ଥାନରୁ ଆସୁଥିବା ନୂଆ ସାମ୍ବାଦିକଙ୍କୁ ସେ ସବୁବେଳେ ଗାଇଡ କରୁଥିଲେ । ବଡ଼ ଭାଇର ସ୍ନେହ ଦେଉଥିଲେ । ଅଳ୍ପ ଦେଖାରେ ସମସ୍ତଙ୍କୁ ନିଜର କରିଦେଉଥିଲେ ଅରିନ୍ଦମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ