Masthead

ନରସିଂହ କହିଲେ କଳିକେଶ ବଲାଙ୍ଗିର ପର୍ଯ୍ୟଟକ, ପୂର୍ବତନ ସାଂସଦ ପଚାରିଲେ ବିକାଶ କଥା

ବଲାଙ୍ଗିର(ବଡ଼ ଖବର): ସିନେ କଳାକାର ବିବାଦ ନେଇ କଳିକେଶ-ନରସିଂହ କଥା କଟାକଟି । ଓଲିଉଡ୍ ବିବାଦରେ ରାଜନୀତି ପଶିବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ହୀନ ରାଜନୀତି କରାଯାଉଥିବା ଅଭିଯୋଗ ଆଣିଛନ୍ତି କଳିକେଶ । ସେପଟେ ନରସିଂହ ମିଶ୍ର କହିଛନ୍ତି, ରାଜନୀତିକ ଲୋକ ରାଜନୀତି ନକରି କ’ଣ ଚିନାବାଦାମ ବିକିବ । ନରସିଂହ ମିଶ୍ରଙ୍କ ଓଡ଼ିଶା ଦୁଇ ଭାଗ ବୟାନକୁ ନେଇ ତେଜିବାରେ ଲାଗିଛି ରାଜନୀତି । ସେପଟେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ପାରୁନି ବିଜେଡି ହେଲେ ଓଲିଉଡ କଳିରେ ରାଜନୀତି ପଶିବା ପରେ ବିଜେଡି-କଂଗ୍ରେସ ନେତା ମଧ୍ୟରେ କଥା କଟାକଟି ।

ଏନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ସିଧା ନିଶାନା କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ କଳିକେଶ ସିଂଦେଓ । ଆଗକୁ ନିର୍ବାଚନ ଆସୁଥିବାରୁ ଏ ଘଟଣାକୁ ନେଇ ଶାସ୍ତା ରାଜନୀତି କରାଯାଉଥିବା ଅଭିଯୋଗ ଆଣିଛନ୍ତି କଳିକେଶ । କେବଳ ଏତିକି ନୁହେଁ, ବିକାଶ ପ୍ରସଙ୍ଗ ନେଇ ମଧ୍ୟ ବିଧାୟକଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ସାଂସଦ । ୧୦ ବର୍ଷ ଭିତରେ ବିଧାୟକ କେତେଥର ବିଧାନସଭାରେ ପଶ୍ଚିମ ଓଡ଼ିଶା କଥା ଉଠାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ କଳିକେଶ ସିଂହଦେଓଙ୍କ ଅଭିଯୋଗର କଡା ଜବାବ ରଖିଛନ୍ତି ବିଧାୟକ ନରସିଂହ ମିଶ୍ର ।

ସେ କହିଛନ୍ତି, ରାଜନୀତିକ ଲୋକ ରାଜନୀତି ନକରି କ’ଣ ଚିନାବାଦାମ ବିକିବ । ତାସହ କଳିକେଶଙ୍କୁ ପର୍ୟ୍ୟଟକ ଆଖ୍ୟା ଦେଇ କଟାକ୍ଷ କରିଛନ୍ତି ନରସିଂହ । ଯେଉଁମାନେ ବଲାଙ୍ଗିରରେ ରୁହନ୍ତି ନାହିଁ ସେମାନେ କେମିତି ଜାଣିବେ କ’ଣ ବିକାଶ ହୋଇଛି । ଗତ ୧୦ ବର୍ଷ ଭିତରେ କଣ ବିକାଶ ହୋଉଛି ତାହା ବଲାଙ୍ଗିରବାସୀ ଭଲ ଭାବେ ଜାଣିଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର । ସିନେ କଳାକାରଙ୍କ ବିବାଦ ଭିତରେ ବିଧାୟକ ନରସିଂହ ମିଶ୍ର ପ୍ରଥମେ ମନୋଜ ମିଶ୍ରଙ୍କୁ ସମର୍ଥନ କରିଥିଲେ । ଏପରିକି ମନୋଜଙ୍କ ଉପରୁ ବେନ ପ୍ରତ୍ୟାହାର ନହେଲେ, ଓଡିଶା ଦୁଇ ଭାଗ ହୋଇଯିବ ବୋଲି କହିଥିଲେ । ନରସିଂହଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ଜୋର ଧରିଛି ରାଜନୀତି । ଦେଖାଯାଉ ଆଗାମୀ ଦିନରେ ଏହା କି ମୋଡ ନେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ