ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହକି ବିଶ୍ୱକପ ପରିଚାଳନା ପାଇଁ ରାଜ୍ୟ ସରକାର ୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିଶ୍ୱକପ ଆୟୋଜନ ବାବଦରେ ହୋଇଥିବା ଖର୍ଚ୍ଚର ଚୂଡ଼ାନ୍ତ ହିସାବ ହୋଇ ନାହିଁ ବୋଲି କ୍ରୀଡ଼ା ଓ ଯୁବ କଲ୍ୟାଣ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି । କଂଗ୍ରେସ ସଦସ୍ୟ ମଦମ୍ମଦ ମୋକିମଙ୍କ ତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି କଟକରେ ଅନୁଷ୍ଠିତ ହକି ବିଶ୍ୱକପ ଉଦଘାଟନୀ ଉସôବ ଭାରତୀୟ ହକି ମହାସଙ୍ଘ ପକ୍ଷରୁ ଆୟୋଜିତ ହୋଇଥିଲା । ସମସ୍ତ ଖର୍ଚ୍ଚ ହକି ମହାସଙ୍ଘ ବହନ କରିଥିଲା । କଟକ ସହରକୁ ସୌନ୍ଦର୍ଯ୍ୟକରଣ ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କୌଣସି ଅର୍ଥ ଖର୍ଚ୍ଚ କରାଯାଇନାହିଁ ।