ହାଇକୋର୍ଟ କହିଲେ ବିବାହ କରିପାରିବେ ନାବାଳିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିବାହ କରିପାରିବେ ନାବାଳିକା । ୧୮ ବର୍ଷରୁ କମ୍ ବୟସର ଯୁବତୀ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହିନ୍ଦୁ ମ୍ୟାରେଜ ଆକ୍ଟରେ ନାବାଳିକାଙ୍କ ବିବାହକୁ ସମ୍ପୁର୍ଣ୍ଣର୍ ନିଷେଧ କରାଯାଇଛି । ତେଣୁ ହିନ୍ଦୁ ସମାଜରେ ନାବାଳିକା ବିବାହ ଦେଖିବାକୁ ମିଳେନାହିଁ । ଚୋରାଲୁଚାରେ ହେଉଥିବା ନାବାଳିକା ବିବାହ ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ହିନ୍ଦୁ ସମାଜରେ ଉଭୟ ଯୁବକ ଓ ଯୁବତୀ ସାବାଳକ ଓ ସାବାଳିକା ହେଲେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି । କିନ୍ତୁ ମୁସଲିମ ଲ’ ବୋର୍ଡ଼ରେ ହିନ୍ଦୁ ମ୍ୟାରେଜ ଆକ୍ଟ ଭଳି ବ୍ୟବସ୍ଥା ନାହିଁ । ଏହି ସମ୍ପ୍ରଦାୟର ନାବାଳିକାମାନେ ବିବାହ କରିପାରିବେ । ଏନେଇ ଏକ ମାମଲାର ଶୁଣାଣି କରି କହିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।

ହାଇକୋର୍ଟଙ୍କ କହିବାନୁସାରେ, ଜଣେ ୧୮ ବର୍ଷରୁ କମ୍ ବୟସର ମୁସଲିମ ଯୁବତୀ ବିବାହ କରିରାରିବେ । ଯଦି ସେ ଯୁବାବସ୍ଥାରେ ପହଁଚି ସାରିଛନ୍ତି ତାହେଲେ ମୁସଲିମ ପର୍ସନାଲ ଲ’ ଆଧାରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ । ନ୍ୟାୟମୂର୍ତ୍ତି ଅଲକା ସରିନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ବିଭିନ୍ନ ଅଦାଲତର ଆଦେଶ ଓ ମୁସଲିମ୍ ପର୍ସନାଲ ଲର ବିଦ୍ୱାନ ସର ଦିନେଶା ଫରଦୁନଜୀ ମୁଲ୍ଲାଙ୍କ ଦ୍ୱାରା ଲିଖିତ ମୋହମ୍ମଡନ ଆଇନ ଆଧାରରେ ଏହା କହିଛନ୍ତି । ମୋହମ୍ମଡନ ଆଇନର ଅନୁଚ୍ଛେଦ ୧୯୫ରେ ଏହି ବ୍ୟବସ୍ଥା ରହିଛି । ଅନୁଚ୍ଛେଦ ୧୯୫ରେ ମୁସଲିମ୍ ପର୍ସନାଲ ଲ’ ଆଧାରରେ ବିବାହ ପାଇଁ ଯୋଗ୍ୟତା ବାବଦରେ ବ୍ୟାଖ୍ୟା କରାଯାଇଛି ।

ଖଣ୍ଡପୀଠ ଏହି ଅନୁଚ୍ଛେଦ ଆଧାରରେ କୋର୍ଟ କହିଥିଲେ ଯେ, ୧୫ ବର୍ଷ ବୟସ ହେବା ପରେ ଝିଅ ଯୁବାବସ୍ଥାରେ ପହଁଚିଛନ୍ତି ନା ନାହିଁ ଜାଣିହେବ । ନ୍ୟାୟମୂର୍ତ୍ତି ଅଳକା ସରିନ୍ ଜାନୁଆରୀ ୨୫ ତାରିଖରେ ଏକ ମୁସଲିମ ଦମ୍ପତ୍ତିଙ୍କ ଆବେଦନର ଶୁଣାଣି କରିଥିଲେ । ଯେଉଁଥିରେ ସେମାନେ ନିଜ ପରିବାରଠୁ ସୁରକ୍ଷା ମାଗିଥିଲେ । ଏହି ମାମଲାରେ ଯୁବକଙ୍କ ବୟସ ୩୬ ଥିବା ବେଳେ ଯୁବତୀଙ୍କ ବୟସ ଥିଲା ମାତ୍ର ୧୭ ବର୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ