Masthead

ସୁରତରେ କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ?

ଗୁଜୁରାଟ(ବଡ଼ ଖବର ବ୍ୟୁରୋ): ସୁରତରେ କାମ ନାହିଁ କି ରୋଜଗାର ନାହିଁ, ଜୀବନ ଜିଇଁବା ପାଇଁ ରାହା ମଧ୍ୟ ନାହିଁ । ପେଟ ପୋଷିବା ପାଇଁ ଭିଟାମାଟି ଛାଡି ବାହର ରାଜ୍ୟକୁ ଆସିଲୁ । ଦାଦନର ଆଖ୍ୟା ପାଇଲୁ । ଗୁଜରାଟର ଅର୍ଥିକ ଅବସ୍ଥା ବଢାଇଲୁ । ହେଲେ ଆମକୁ ମିଳିଲା କଣ ? ଦିନରାତି ପରଶ୍ରମ ପରେ ବି ସ୍ଥାୟୀତ୍ୱ ନାହିଁ, କେବେ ଛଟେଇ ତ କେବେ କାମ ବନ୍ଦ । କରୋନା ମହାମାରୀ ଆମ ଅର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଓଡ଼ିଶା ସରକାର ଯଦି ରୋଜଗାର ଯୋଗାଇ ଦିଅନ୍ତେ ଜନମ ମାଟି ଛାଡି ଦାଦନ ଆସିନଥାନ୍ତୁ । ରାଜ୍ୟରେ ରୋଜଗାର ନାହିଁ, ଗାଁରେ ମଧ୍ୟ କାମଧନ୍ଦା ମିଳୁନି ।

ପରିବାର ପୋଷିବା ପାଇଁ ପ୍ରାୟ ୯ ଲକ୍ଷ ପ୍ରବାସୀ ଓଡ଼ିଆ ଦେଶର ବିଭିନ୍ନ ସ୍ଥାନକୁ ଦାଦନ ଯାଆନ୍ତି । ଅଧିକାଂଶ ସୁରତର ବିଭିନ୍ନ ସୂତାକଳରେ କାମ କରନ୍ତି । ଗୁଜରାଟର ଏହି ବ୍ୟବସାୟକୁ ଆଗକୁ ନେବାରେ ପ୍ରମୁଖ ଭୁମିକା ନିଭାଇଛନ୍ତି ଓଡ଼ିଆମାନେ । ଗତବର୍ଷ କରୋନା ମହାମାରୀ ଆରମ୍ଭରୁ ସୂତାକଳ ବନ୍ଦ ହେବା ପରେ ଅନେକ ରୋଜଗାର ହରାଇ ଗାଁ ମୁହାଁ ହୋଇଥିଲେ । ସେତେବେଳେ ରାଜ୍ୟ ସରକାର ପ୍ରବାସୀଙ୍କୁ ପାଛୋଟି ଆଣିଥିଲେ । ସରକାର କାମ ଯୋଗାଇବେ ବୋଲି କହିଲେ । କିନ୍ତୁ ସେଭଳି କିଛି ହେଲା ନାହିଁ । କରୋନା ସ୍ଥିତି କମିବା ପରେ ପୁଣି ଫେରିଗଲେ ସୁରତ । ଏବେ ଦ୍ୱିତୀୟ ଲହରରେ ବି ସମାନ ଅବସ୍ଥା । ଏବେ ହାତରେ ହାତ ବାନ୍ଧି ବସିଛନ୍ତି ଏହି କୁଶଳି ଶ୍ରମିକମାନେ । ଶ୍ରମିକଙ୍କୁ ଠକିଛନ୍ତି ସରକାର । ଏମାନଙ୍କ ପାଇଁ ନାଁ ରୋଜଗାର ଯୋଗାଇଲେ, ନାଁ କିଛି ସୁବିଧା । ଯଦି ଏମାନଙ୍କ ପାଇଁ ଓଡ଼ିଶାରେ ଭିତ୍ତିଭୁମିର ବିକାଶ ହେଲେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ସୁଦୃଢ ହୋଇପାରନ୍ତା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ