Masthead

ୟୁକ୍ରେନ ଉପରେ ୮୧ ମିସାଇଲ ମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷିଆ କରିଛି ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ । ୮୧ ଟି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷିଆ । ତେବେ ଏହି କ୍ଷେପଣାସ୍ତ୍ରଗୁଡିକ କେତେ ପାୱାରଫୁଲ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦୀର୍ଘଦିନ ଧରି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ବିଶ୍ୱର ଏକ ପାୱାରଫୁଲ ଦେଶ ରୁଷିଆକୁ କଡା ଟକର ଦେଉଛି ୟୁକ୍ରେନ୍ । ଦବି ଯାଉନି କି ପଛଘୁଞ୍ଚା ଦେଉନି । ଯୁଦ୍ଧ ଚଳାଇଛି । କହିବାକୁ ଗଲେ ପଥର ସହ କାଳର କପାଳର ଚାଲିଛି ଲଢେଇ । ଏହାରି ଭିତରେ ରୁୁଷିଆ ୟୁକ୍ରେନ୍ ଉପରେ ୮୧ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ସବୁଗୁଡିକ ଥିଲା ହାଇପରସୋନିକ୍ କ୍ଷେପଣାସ୍ତ୍ର ।

ଯାହା କିଞ୍ଜାଲସ୍ ବା ଡାଗର୍ସ ଭାବେ ଜଣାଶୁଣା । ଏଗୁଡିକର ବେଗ ଶବ୍ଦର ବେଗଠାରୁ ପାଞ୍ଚ ଗୁଣ ଅଧିକ । ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଚିହ୍ନଟ କରିବା ଏବଂ ଗୁଳି କରିବା ଅତ୍ୟନ୍ତ କଷ୍ଟକର । ୟୁକ୍ରେନର ଅତ୍ୟାଧୁନିକ ରାଡାରରେ ଏହି କ୍ଷେପଣାସ୍ତ୍ରଗୁଡ଼ିକ ଲାଗି ନଥିଲା । ମାର୍ଚ୍ଚ ୯ରେ ୟୁକ୍ରେନ ବିରୁଦ୍ଧରେ ସପ୍ତାହକ ମଧ୍ୟରେ ରୁଷିଆ ସର୍ବ ବୃହତ ବିମାନ ଆକ୍ରମଣ କରି ୧୦ ଟି ଅଞ୍ଚଳର ଭିତ୍ତିଭୂମି ଧ୍ୱଂସ କରିଦେଇଛି । ଆବାସିକ ଅଟ୍ଟାଳିକା ଉପରେ ଆକ୍ରମଣ କରିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ମସ୍କୋ ଦ୍ୱାରା ଉତକ୍ଷେପଣ କରାଯାଇଥିବା ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ଅଟକାଇାରିନଥିଲା ୟୁକ୍ରେନ ପ୍ରତିରକ୍ଷା ବାହିନୀ । ୟୁକ୍ରେନ ବାୟୁସେନା ମୁଖପାତ୍ର ୟୁରୀ ଇଗନାଟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରୁଷିଆର ଏହା ଏକ ପ୍ରମୁଖ ଆକ୍ରମଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ