Masthead

ଭୋଟର ଲିଷ୍ଟରେ ୯୦: ଭୋଟ ପଡିଲା ୧୭୧

ଆସାମ (ବଡ଼ ଖବର ବ୍ୟୁରୋ): ଭୋଟର ଲିଷ୍ଟରେ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୯୦, କିନ୍ତୁ ଇଭିଏମରେ ଭୋଟ ପଡିଛି ୧୭୧ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ସତ । ଏଭଳି ଏକ ଅଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଆସାମ ଦୀମା ହସାଓ ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ । ଏହି ମତଦାନ କେନ୍ଦ୍ରରେ ବଡ଼ ଅନିୟମିତତା ଦେଖିବାକୁ ମିଳିଛି । ଯେଉଁଠାରେ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୯୦ । ମାତ୍ର ଏଠାରେ ଭୋଟ୍ ପଡ଼ିଛି ୧୭୧ ।

ସୋମବାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆସାମର ହାଫଲଙ୍ଗ ନିର୍ବାଚନମଣ୍ଡଳୀରେ ଏହି ମତଦାନ କେନ୍ଦ୍ର ଯାଉଛି । ଏଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧ରେ ନିର୍ବାଚନ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ମତଦାତା ସୂଚୀରେ ୯୦ ଜଣଙ୍କ ନାମ ଥିଲା, କିନ୍ତୁ ଇଭିଏମରେ ପଡ଼ିଛି ୧୭୧ଖଣ୍ଡ ଭୋଟ୍ । ଗାଁର ପ୍ରଧାନ ଏହି ଭୋଟର ଲିଷ୍ଟକୁ ସ୍ୱୀକାର କରିନଥିଲେ। ଫଳରେ ନିଜେ ଅନ୍ୟ ଏକ ସୂଚୀ ନେଇ ସେଠାରେ ପହଂଚିଥିଲେ । ପରେ ଗାଁର ଲୋକମାନେ ସେହି ସୂଚୀ ଅନୁଯାୟୀ ଭୋଟ୍ ଦେଇଥିଲେ । ଏହି ଘଟଣାରେ ୫ଜଣ ଅଫିସରଙ୍କୁ ସସପେଣ୍ଡ କରଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି