Masthead

ଭୋଟର ଲିଷ୍ଟରେ ୯୦: ଭୋଟ ପଡିଲା ୧୭୧

ଆସାମ (ବଡ଼ ଖବର ବ୍ୟୁରୋ): ଭୋଟର ଲିଷ୍ଟରେ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୯୦, କିନ୍ତୁ ଇଭିଏମରେ ଭୋଟ ପଡିଛି ୧୭୧ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ସତ । ଏଭଳି ଏକ ଅଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଆସାମ ଦୀମା ହସାଓ ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ । ଏହି ମତଦାନ କେନ୍ଦ୍ରରେ ବଡ଼ ଅନିୟମିତତା ଦେଖିବାକୁ ମିଳିଛି । ଯେଉଁଠାରେ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୯୦ । ମାତ୍ର ଏଠାରେ ଭୋଟ୍ ପଡ଼ିଛି ୧୭୧ ।

ସୋମବାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆସାମର ହାଫଲଙ୍ଗ ନିର୍ବାଚନମଣ୍ଡଳୀରେ ଏହି ମତଦାନ କେନ୍ଦ୍ର ଯାଉଛି । ଏଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧ରେ ନିର୍ବାଚନ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ମତଦାତା ସୂଚୀରେ ୯୦ ଜଣଙ୍କ ନାମ ଥିଲା, କିନ୍ତୁ ଇଭିଏମରେ ପଡ଼ିଛି ୧୭୧ଖଣ୍ଡ ଭୋଟ୍ । ଗାଁର ପ୍ରଧାନ ଏହି ଭୋଟର ଲିଷ୍ଟକୁ ସ୍ୱୀକାର କରିନଥିଲେ। ଫଳରେ ନିଜେ ଅନ୍ୟ ଏକ ସୂଚୀ ନେଇ ସେଠାରେ ପହଂଚିଥିଲେ । ପରେ ଗାଁର ଲୋକମାନେ ସେହି ସୂଚୀ ଅନୁଯାୟୀ ଭୋଟ୍ ଦେଇଥିଲେ । ଏହି ଘଟଣାରେ ୫ଜଣ ଅଫିସରଙ୍କୁ ସସପେଣ୍ଡ କରଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ