Before Header

ଦିଲ୍ଲୀ ବିମାନବନ୍ଦରରୁ ବିଦା ହେଲେ ଆଫଗାନ ସାଂସଦ

0 142

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଆଫଗାନରେ ସ୍ଥିତି ବିଗିଡିବାରେ ଲାଗିଛି । ତାଲିବାନ ଶାସନରୁ ବର୍ତ୍ତିବା ପାଇଁ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ଆଫଗାନୀ ନାଗରିକ । ଅନେକ ଦେଶ ଆଫଗାନ ନୀଗରିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଥିବା ବେଳେ ଭାରତ ଅନେକଙ୍କୁ ଉଦ୍ଧାର କରି ନୂଆଦିଲ୍ଲୀ ଆଣୁଛି । ତେବେ ଏହି ସମୟରେ ଜଣେ ଆଫଗାନୀ ଶରଣାର୍ଥୀ ମହିଳାଙ୍କୁ ବଳପୂବର୍କ ଭାବେ ବିମାନ ବନ୍ଦରରୁ ବିଦା କରିଦିଆଯାଇଛି । ସୂଚନା ଅନୁସାରେ, ମହିଳା ଏହି ଆଫଗାନର ଜଣେ ସାଂସଦ । ବଡ କଥା ହେଲା,ମହିଳା ଜଣଙ୍କ ଭାରତକୁ ଶରଣାର୍ଥୀ ଭାବେ ଆସି ନଥିଲେ ବୋଲି କହିଛନ୍ତି ।

ବରଂ ସେ ଏଠାକୁ ମେଡିକାଲ ଚିକିତ୍ସା ପାଇଁ ଆସିଥିଲେ । ଆଫଗାନ ଫରୟାବ ପ୍ରଦେଶର ସାଂସଦ ହେଉଛନ୍ତି ରଙ୍ଗିନା କାରଗାର । ସେ ଶନିବାର ମେଡିକାଲ ଚିକିତ୍ସା ପାଇଁ ଇସ୍ତାନବୁଲରୁ ଦିଲ୍ଲୀ ଆସିଥିଲେ । ସେ କହିଛନ୍ତି ତାଙ୍କ ପାଖରେ ପ୍ରବେଶ ପାଇଁ ଅଫିସିଆଲ ପାସପୋର୍ଟ ଥିଲେ ମଧ୍ୟ ଦିଲ୍ଲୀ ଏୟାରପୋର୍ଟରୁ ବାହାରକୁ ଛଡା ଯାଇନଥଲା । ସୁରକ୍ଷା ଅଧିକାରୀମାନେ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କୁ ସକାଳ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ ।

ଏହି ଘଟଣାରେ କାରାଗାର ଦୁଃଖ ପ୍ରକାଶ କରି କହିଛନ୍ତି, ସେଠାରେ ତାଙ୍କୁ ଖାଦ୍ୟ ଓ ପାଣି ମିଳିନଥିଲା । ଜଣେ ସାଂସଦ ବୋଲି କହିବା ପରେ ବି ସେମାନେ ମୋତେ ଛାଡିନଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଆମ ଆଫଗାନର ସ୍ଥିତି ବର୍ତ୍ତମାନ ବଦଳି ଯାଇଥିବାରୁ ଏବେ ଭାରତ ଆମ ସହ ଏପରି କରୁଛି । କ୍ରୋଧରେ ସେ ଏପରି ମଧ୍ୟ କହିଛନ୍ତି ଯେ ମୁଁ ଭାରତକୁ ଗୋଟିଏ କଥା କହିବାକୁ ଚାହୁଁଛି , ଆମେ ଆଫଗାନରେ ପୁଣି ଥରେ କ୍ଷମତା ହାସଲ କରିବୁ, ଆଉ ସେତେବେଳେ ଆପଣ କ’ଣ କରିବେ ?

ବିଦେଶ ମନ୍ତ୍ରାଳୟ ଏ ସମ୍ପର୍କରେ ଅବଗତ ହେବା ପରେ କାରାଗାର ମହିଳା ଜଣଙ୍କୁ ଫୋନ କରି ଦୁଃଖ ପ୍ରକାଶ କରିଥିଲେ । ମହିଳା ଜଣଙ୍କ ଏ ସମ୍ପର୍କରେ କହଛନ୍ତି,ମୁଁ ବିଦା ହେବା ପରେ ଭାରତ ମନ୍ତ୍ରାଳୟ ପକ୍ଷରୁ ଫୋନ ଆସିଥିଲା । ସେ ମୋତେ କହିଛନ୍ତି ମୁଁ ଯଦି ଭାରତ ଫେରିବାକୁ ଚାହେଁ, ତା ହେଲେ ମୋତେ ଇ-ଭିସା ଆବେଦନ କରିବାକୁ ପଡିବ । ଆଫଗାନ ଶିଖ୍ ଓ ହିନ୍ଦୁ ମାନଙ୍କୁ ଉପଯୁକ୍ତ ସୁବିଧା ମଳୁଥିବା ବେଳେ ମୁସଲମାନଙ୍କ ସହ ପାତର ଅନ୍ତର କରାଯାଉଛି ।

ସମଗ୍ର ବିଶ୍ୱରେ ଆଫଗାନ ମାନଙ୍କୁ ଶରଣାର୍ଥୀ ଭାବରେ ରଖାଯଉଛି । ସେ କହିଛନ୍ତି ମୁଁ ଭାରତକୁ ଶରଣାର୍ଥୀ ଭାବେ ଆସିନଥିଲି । ତଥାପି ସେମାନେ ମୋତେ ଛାଡି ନଥିଲେ । ଏଭଳି ପାତର ଅନ୍ତର ଆମେ ଦେଖି ନଥିଲୁ । ଏହା ପ୍ରଥମ ଥର ପାଇଁ ଘଟିଛି । ସେମାନେ ଆମକୁ ଭାଗଭାଗ କରୁଛନ୍ତି । ହିନ୍ଦୁ ଓ ଶିଖ୍ ମାନଙ୍କ ପାଇଁ କାବୁଲକୁ ଘରୋଇ ବିମାନ ବନ୍ଦର ପଠାଉଛନ୍ତି । ହେଲେ ମୋତେ ଗ୍ରହଣ କରିପାରୁନାହାଁନ୍ତି ବୋଲି ମହିଳା ସାସଂଦ ଜଣଙ୍କ କହିଛନ୍ତି ।

Leave A Reply

Your email address will not be published.