୨୮ ଜିଲ୍ଲାରେ ଅଭାବୀ ବର୍ଷା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟର ଅନେକ ସ୍ଥାନରେ ଅଭାବୀ ବର୍ଷା । ଅଗଷ୍ଟ ଶେଷ ସପ୍ତାହରେ ରାଜ୍ୟରେ ପାଗ ଶୁଖିଲା। ଲଘୁଚାପ ପ୍ରଭାବରେ ୧୫ ତାରିଖରୁ ୧୮ ତାରିଖ ଯାଏ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେଲା। କିନ୍ତୁ ଏହି ବର୍ଷା ରାଜ୍ୟର ନିଅଣ୍ଟିଆ ବର୍ଷା ସ୍ଥିତିକୁ ଭରଣା କରିବାରେ ଅକ୍ଷମ ହେଲା। ଏହାକୁ ନେଇ ଚିନ୍ତାରେ ଚାଷୀ । ଅଗଷ୍ଟ ୧ରୁ ୨୦ ତାରିଖ ଭିତରେ ରାଜ୍ୟରେ ୫୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଚାଷ କାର୍ୟ୍ୟରେ ଏହା ଚିନ୍ତାଜନକ ପ୍ରଭାବ ପକାଇଛି। ଏଥିସହ ରାଜ୍ୟରେ ୨୮ଟି ଜିଲ୍ଲାରେ ଅଭାବୀ ବର୍ଷା ସ୍ଥିତି ସୃଷ୍ଟି ହୋଇଛି ।

ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ମଧ୍ୟ ହେଲାଣି। ଅନ୍ୟପଟେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ କମିଯିବ। ଅଗଷ୍ଟ ଶେଷ ସପ୍ତାହରେ ବି ବର୍ଷାର ବିଶେଷ ସମ୍ଭାବନା ନଥିବାରୁ ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରି ଚିନ୍ତାଜନକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଲେଣି। ପାଖାପାଖି ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା। ଏଠାରେ ୫୪% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଏଥିସହ ଭଦ୍ରକରେ ୫୨%, କେନ୍ଦୁଝରରେ ୪୨% ଓ ବଲାଙ୍ଗୀରରେ ୪୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଯାଇଛି।

ଅଗଷ୍ଟ ଶେଷ ସୁଦ୍ଧା ନିଅଣ୍ଟିଆ ବର୍ଷାର ପରିମାଣ ୫୦%କୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଜୁନ୍‌ ୧ରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୭୯୧ ମିମି ବର୍ଷା ହୋଇଥାଏ। ଅନୁଗୁଳ, ଭଦ୍ରକଳ ଯାଜପୁର, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ ୩୯%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ଭଦ୍ରକରେ ୪୯.୯%, ଯାଜପୁରରେ ୪୩% ଓ କନ୍ଧମାଳରେ ୪୦.୧% ଅଭାବୀ ବର୍ଷା ରେକର୍ଡ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ