Masthead

ଘରେ ପଶିଲା ହରିଣ

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଆଠଗଡ଼ ବନଖଣ୍ଡ କୁଲାଇଲୋ ପଞ୍ଚାୟତ ଗୁଣ୍ଡିଚାପୁର ଗ୍ରାମରୁ ବନବିଭାଗ ଉଦ୍ଧାର କରିଛି ୫ ମାସର ଅଣ୍ଡିରା ହରିଣ ଛୁଆ। ନିକଟରେ ଥିବା ରାଣୀବଣିଆ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ବାହାରି ଆସିଥିବାବେଳେ ବୁଲା କୁକୁର ଗୋଡ଼ାଇବାରୁ ହରିଣ ଛୁଆଟି ଗୁଣ୍ଡିଚାପୁର ଗ୍ରାମର ବଂଶୀଧର ପାତ୍ରଙ୍କ ଠାକୁର ଘରେ ପଶିଯାଇଥିଲା । ପରିବାର ଲୋକେ ଠାକୁର ଘର ତାଲା ପକାଇ ଦେଇ ସାମ୍ବାଦିକ ସନ୍ତୋଷ ବାରିକଙ୍କୁ ଜଣାଇଥିଲେ। ସନ୍ତୋଷ ଆଠଗଡ଼ ବନଖଣ୍ଡ ରେଞ୍ଜର ଆୟାଶା ଅଖତାରୀ ନିଶାଙ୍କୁ ଜଣାଇଥିଲେ । ରେଞ୍ଜର ଆୟାଶା ଓ ଫରେଷ୍ଟ ୱାଚର ଲିକୁନ ବେହେରା, ତପନ କୁମାର ବେହେରା, ବଦ୍ରିନାଥ ବେହେରା, ଶ୍ରୀନିବାସ ବେହେରା ଘଟଣାସ୍ଥଳରେ ପହଞ୍ଚି ଛୁଆ ହରିଣକୁ ଉଦ୍ଧାର କରିଥିଲେ । ପରେ ତାକୁ ଆଠଗଡ଼ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ନିକଟସ୍ଥ ବୈଦା ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଜଙ୍ଗଲରେ ଖାଦ୍ୟାଭାବ ଲାଗି ରହିଥିବାରୁ ବନ୍ୟପ୍ରାଣୀ ଏବେ ଗାଁମୁହାଁ ହେଉଛନ୍ତି। ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ବ୍ୟାପକ ଖାଦ୍ୟ ବ୍ୟବସ୍ଥା କରିବାକୁ ପରିବେଶବିତ୍ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ