ଘରେ ପଶିଲା ହରିଣ

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଆଠଗଡ଼ ବନଖଣ୍ଡ କୁଲାଇଲୋ ପଞ୍ଚାୟତ ଗୁଣ୍ଡିଚାପୁର ଗ୍ରାମରୁ ବନବିଭାଗ ଉଦ୍ଧାର କରିଛି ୫ ମାସର ଅଣ୍ଡିରା ହରିଣ ଛୁଆ। ନିକଟରେ ଥିବା ରାଣୀବଣିଆ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ବାହାରି ଆସିଥିବାବେଳେ ବୁଲା କୁକୁର ଗୋଡ଼ାଇବାରୁ ହରିଣ ଛୁଆଟି ଗୁଣ୍ଡିଚାପୁର ଗ୍ରାମର ବଂଶୀଧର ପାତ୍ରଙ୍କ ଠାକୁର ଘରେ ପଶିଯାଇଥିଲା । ପରିବାର ଲୋକେ ଠାକୁର ଘର ତାଲା ପକାଇ ଦେଇ ସାମ୍ବାଦିକ ସନ୍ତୋଷ ବାରିକଙ୍କୁ ଜଣାଇଥିଲେ। ସନ୍ତୋଷ ଆଠଗଡ଼ ବନଖଣ୍ଡ ରେଞ୍ଜର ଆୟାଶା ଅଖତାରୀ ନିଶାଙ୍କୁ ଜଣାଇଥିଲେ । ରେଞ୍ଜର ଆୟାଶା ଓ ଫରେଷ୍ଟ ୱାଚର ଲିକୁନ ବେହେରା, ତପନ କୁମାର ବେହେରା, ବଦ୍ରିନାଥ ବେହେରା, ଶ୍ରୀନିବାସ ବେହେରା ଘଟଣାସ୍ଥଳରେ ପହଞ୍ଚି ଛୁଆ ହରିଣକୁ ଉଦ୍ଧାର କରିଥିଲେ । ପରେ ତାକୁ ଆଠଗଡ଼ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ନିକଟସ୍ଥ ବୈଦା ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଜଙ୍ଗଲରେ ଖାଦ୍ୟାଭାବ ଲାଗି ରହିଥିବାରୁ ବନ୍ୟପ୍ରାଣୀ ଏବେ ଗାଁମୁହାଁ ହେଉଛନ୍ତି। ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ବ୍ୟାପକ ଖାଦ୍ୟ ବ୍ୟବସ୍ଥା କରିବାକୁ ପରିବେଶବିତ୍ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ