Masthead

ଅସୁରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବାଘ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଅସୁରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବାଘ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ପୁଣି ନୂଆପଡ଼ାରେ ବାଘ ଆତଙ୍କ । ନୂଆପଡ଼ା ରେଞ୍ଜ ଅମାନାରା ବିଟର ତରିଆମହୁଆଭଟା ଗାଁ ନିକଟ ଜଙ୍ଗଲରେ କଲରା ପତରିଆ ବାଘ ଆତଙ୍କ । ଘରେ ପଶି ବାଛୁରୀକୁ ଟେକି ନେଇଛି ବାଘ । ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି। କିଛି ଦିନ ହେବ ବାଘ ଆତଙ୍କ ଖେଳାଇଥିବା ବେଳେ ତିନୋଟି ଗାଈକୁ ମାରି ଦେଲାଣି କଲରା ପତରିଆ ବାଘ। ଜଙ୍ଗଲରେ ନିଆଁ ଲାଗିଥିବାରୁ ଗାଁ ମୁହାଁ ହେଉଛି ବାଘ।

ରାତିରେ ଗାଁ ଜଗୁଛନ୍ତି ତରିଆମହୁଆଭଟ୍ଟା ଗାଁ ଲୋକେ। ବନ ବିଭଗ ସିସିଟିଭି ଲଗାଇ ବାଘର ଗତିବିଧି ଉପରେ ନଜର ରଖୁ ବୋଲି ସାଧାରଣରେ ଦାବି ହେଉଛି। ଗାଁକୁ କେବଳ ସଚେତନତା ନାଁରେ ବନ ବିଭାଗ କାମ ସାରିଦେଉଥିବା ବି ଅଭିଯୋଗ ହୋଇଛି। କିଛି ବର୍ଷ ପୂର୍ବେ ହଳଦୀ ଗାଁରେ ରାତିରେ ମା’ ସହ ଶୋଇଥିବା ଛୁଆକୁ ବାଘ ନେଇ ମାରିଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା