Masthead

ଡିଜେଲ ମାଫିଆ ସାବାଡ୍

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ତାଳଚେର ଥାନା ଲିଙ୍ଗରାଜ ଖଣିରୁ ଏମ୍‌ସିଏଲ୍‌ର ସୁରକ୍ଷା କର୍ମଚାରୀଙ୍କ ସହାୟତାରେ ପୋଲିସ ପାଇଛି ବଡ଼ ସଫଳତା । ପୋଲିସ ୫ ଜଣ ଡିଜେଲ ମାଫିଆଙ୍କୁ ଗିରଫ କରିବା ସହିତ ୩ଟି ବୋଲେରୋ (ଓଆର ୧୯ ଏଫ ୧୬୧୯, ଓଆର ୧୯ ଏଚ୍‌ ୦୩୫୭ ଏବଂ ଓଡ଼ି ୧୯ ଏ ୧୮୩୨) ଜବତ କରିଛି । ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଛି ୫ ଶହ ଲିଟର ଡିଜେଲ ।

ଲିଙ୍ଗରାଜ କୋଇଲା ଖଣିରେ ଲାଗିଥିବା ବିଭିନ୍ନ ଡିଜେଲ ଚାଳିତ ଗାଡ଼ିରୁ ଯୋଜନାବଦ୍ଧ ଭାବେ କିଛି ଲୋକ ଡିଜେଲ ଚୋରି କରି ଆସୁଥିଲେ । ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ଡିଜେଲ ଚୋରଙ୍କ ପିଛା ଛାଡିନଥିଲେ । କୋଇଲା ଖଣିରେ ନିୟୋଜିତ ଗାଡିରୁ ଡିଜେଲ ଚୋରି କରି ୩ଟି ବୋଲୋରୋରେ ମାଫିଆମାନେ ଫେରାର ହେବା ପୂର୍ବରୁ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଥିଲେ । ପରେ ସେମାନଙ୍କୁ ପର୍ଜଙ୍ଗ ଥାନା ପୋଲିସ ଜିମା ଦିଆଯାଇଥିଲା ।

ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଛି ୨୬ ଡିଜେଲ ବୋଝେଇ ବ୍ୟାରେଲ୍ । ଏଥିରେ ୫୦୦ ଲିଟର ଜିଜେଲ ଥିବା ପୋଲିସ କହିଛି । ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କନ୍ଦରସିଂହା ଗାଁର ଅଦ୍ୱେତ ବେହେରା,ବଡ଼ଝରା ଗାଁର ସର୍ବେଶ୍ୱର ସାହୁ , ଲେଧାଣୀ ଗାଁର ଜିତେନ୍ଦ୍ର ସାହୁ ,ରଞ୍ଜନ ସାହୁ , ପିଙ୍କୁ ରାଉତ ଓ ବଡ଼କମର ଗାଁର ଶିଶିର ମାଝୀ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ