Masthead

ସ୍ୱାଭିମାନ ଅଞ୍ଚଳରୁ କାର୍ଯ୍ୟାରମ୍ଭ କଲେ ଜିଲ୍ଲାପାଳ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳକୁ ଆଜି ଗସ୍ତ କରିଛନ୍ତି ପ୍ରଯୁକ୍ତି, ବିଜ୍ଞାନ ଓ କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ସାଥୀରେ ଅଛନ୍ତି ପୁର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ଆଦିବାସୀ ବିକାଶ ପରିଷଦ ଅଧକ୍ଷ ମାନସ ମାଡକାମୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ । ସେମାନଙ୍କୁ ୪ ଜି ମୋବାଇଲ ବଣ୍ଟନ କରିଥିଲେ ମନ୍ତ୍ରୀ । ସ୍ୱାଭିମାନ ଅଞ୍ଚଳର ବିକାଶ ଲାଗି ରାଜ୍ୟ ସରକାର ପୂର୍ବରୁ ୧୦୦କୋଟି ଟଙ୍କାର ପ୍ୟାକେଜ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୬୦ କିଲୋମିଟର ରାସ୍ତା କାମ ଚାଲିଛି । ତେବେ ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କ ବିକାଶ ଲାଗି ଆଉ ଯାହା ଆବଶ୍ୟକ ତାହା ସରକାର ଯୋଗାଇ ଦେବେ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିଶ୍ରୁତି ଦେଇଛନ୍ତି । ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ବଦଳି ପରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିବା ୱାଇ. ବିଜୟ ସ୍ୱାଭିମାନ ଅଞ୍ଚଳରୁ ନିଜର କାର୍ୟ୍ୟ ଆରମ୍ଭ କରିଛନ୍ତି । ଜିଲ୍ଲା ମୁଖ୍ୟାଳୟକୁ ପ୍ରଥମେ ନଆସି ସ୍ୱାଭିମାନ ଅଞ୍ଚଳରେ ବସି ନିଜର କାର୍ୟ୍ୟଭାର ଗ୍ରହଣ କରିଛନ୍ତି ଜିଲ୍ଲାପାଳ ୱାଇ. ବିଜୟ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ପ୍ରଥମ ଥର ଲାଗି ନେତା, ମନ୍ତ୍ରୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ଏବେ ନିକଟରୁ ଦେଖି ବେଶ ଖୁସି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଜନତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ମ ଦିନରେ ‘ମହାବତାର ନରସିଂହ’ର ବକ୍ସ ଅଫିସ୍ କଲେକ୍ସନ 🔴 ପୁଣି ଜନନୀ ଯନ୍ତ୍ରଣା, ବାଟରେ ଜନ୍ମ ହେଲା ନବଜାତ ଶିଶୁ 🔴 ମା’କୁ ହାଣି ପୁଅର ଥାନାରେ ଆତ୍ମସମର୍ପଣ 🔴 ଗିରଫ ହେଲେ ବାଂଲାଦେଶୀ ଅଭିନେତ୍ରୀ 🔴 ଆଜି ସମ୍ବଲପୁରୀ ଦିବସ 🔴 ପରିସ୍ରା ପିଆଇବା ଘଟଣା, ପିଅନ ଗିରଫ 🔴 ଏହି ସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା, ଆଉ ଜଣେ ଗିରଫ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ୮ମ ଦିନରେ ‘ମହାବତାର ନରସିଂହ’ର ବକ୍ସ ଅଫିସ୍ କଲେକ୍ସନ 🔴 ପୁଣି ଜନନୀ ଯନ୍ତ୍ରଣା, ବାଟରେ ଜନ୍ମ ହେଲା ନବଜାତ ଶିଶୁ 🔴 ମା’କୁ ହାଣି ପୁଅର ଥାନାରେ ଆତ୍ମସମର୍ପଣ 🔴 ଗିରଫ ହେଲେ ବାଂଲାଦେଶୀ ଅଭିନେତ୍ରୀ 🔴 ଆଜି ସମ୍ବଲପୁରୀ ଦିବସ 🔴 ପରିସ୍ରା ପିଆଇବା ଘଟଣା, ପିଅନ ଗିରଫ 🔴 ଏହି ସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା, ଆଉ ଜଣେ ଗିରଫ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ