Masthead

ଦରଦୀ ବନ୍ଧୁ

ଟାଙ୍ଗୀ-ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ମରି ନାହିଁ ମାନବିକତା । ବଞ୍ଚିଛି ମଣିଷ ପଣିଆ । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମଙ୍ଗୁଳି ନିର୍ଗୁଣ୍ଡି ରେଳ ଷ୍ଟେସନ ଓ ଟୋଲଗେଟ ପାଖରେ ଦେଖିବାକୁ ମିଳିଛି ଏହାର ନିଚ୍ଛକ ଉଦାହରଣ । ଗତ କିଛି ମାସ ହେବ ମାନସିକ ଭାରସାମ୍ୟ ହରାଇ ବିବସ୍ତ୍ର ହୋଇଥିବା ଜଣେ ଅସହାୟ ରାସ୍ତା କଡ଼ରେ ପଡି ରହିଥିଲେ । ବାମ ଗୋଡ଼ଟି ଦୀର୍ଘ ମାସ ଧରି ପଚି ସଢ଼ି ଯାଇଛି । ସେଥିରେ ପୋକ ମାଛି ହେବା ସହ ପୂଜ ଜମି ଯାଇଥିଲା । ଅତି ଦୟନୀୟ ଅବସ୍ଥାରେ ରାସ୍ତାକଡ଼ରେ ସେ ପଡ଼ି ରହିଥିଲେ ।

ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ପ୍ରତିଷ୍ଠାତା ତଥା ମୁଖ୍ୟ ବ୍ୟବସ୍ଥାପକ ଶିବଶଙ୍କର ଦାଶଙ୍କ ତତ୍ୱାବଧାନରେ କଟକ ସଭାପତି ଅକ୍ଷୟ ଆଚାର୍ଯ୍ୟ , ଟୁକୁନା ଦାସ, ସିଦ୍ଧାର୍ଥ ରାଉତ , ସୌମ୍ୟରଞ୍ଜନ ସାହୁ, ବିଶ୍ୱରଞ୍ଜନ ମହାରଣା ପ୍ରମୁଖ ନିର୍ଗୁଣ୍ଡି ଟୋଲଗେଟ ଠାରେ ପହଁଚି ଥିଲେ । ତାଙ୍କୁ ଅପରିସ୍କାର ଜାଗାରୁ ଉଦ୍ଧାର କରି ଦାଢ଼ି – ଚୁଟି – ନଖକୁ କାଟି ଗାଧୋଇ ଦେଇ ବସ୍ତ୍ର ପିନ୍ଧାଇ ଥିଲେ । ଆଘାତ ହୋଇଥିବା ଗୋଡ଼ରୁ ପୋକ ପୂଜ ବାହାର କରି ପ୍ରାଥମିକ ଚିକିତ୍ସା କରିଥିଲେ । ଭୋକିଲା ଥିବା ହେତୁ ତାଙ୍କୁ କିଛି ଖାଇବାକୁ ଦେଇ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି । ଆଗାମୀ ଦିନରେ ତାଙ୍କ ଗୋଡର ଅପରେସନ୍ ହେବ । ଆଣ୍ଠୁ ତଳକୁ ଗୋଡ଼ କଟାଯିବ । ସମସ୍ତ ଖର୍ଚ୍ଚ ଗ୍ରୁପ୍ ବହନ କରିବା ସହ ତାଙ୍କର ଥଇଥାନ ବ୍ୟବସ୍ଥା ମଧ୍ୟ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା କରିବ ବୋଲି ପ୍ରତିଷ୍ଠାତା ଶିବଶଙ୍କର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ