Masthead

ଭୋଟର ତାଲିକାରେ ନାମ କିପରି ଯୋଡ଼ିବେ ଜାଣନ୍ତୁ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ ନିମନ୍ତେ ଆଜି ସମସ୍ତ ଜିଲ୍ଲାପାଳଙ୍କ ସହିତ କଥା ହୋଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନୀ । ରାଜ୍ୟର ସମସ୍ତ ଭୋଟ ଗ୍ରହଣକେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲ ଓ ବିଡିଓଙ୍କ କାର୍ଯ୍ୟାଳୟରେ ନଭେମ୍ବର ୧୬ରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଛି ।

ଆସନ୍ତା ଜାନୁଆରୀ ପହିଲାରୁ ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ପଞ୍ଜୀକରଣ ନିମନ୍ତେ ବିଏଲଓଙ୍କ ଠାରୁ ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ । ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏହା ସହିତ ଯେଉଁମାନଙ୍କର ଭୋଟର ତାଲିକାରେ ନାମ ଭୁଲ ଥିବ ସେମାନେ ଫର୍ମ ନମ୍ବର-୮ ଏବଂ ଯେଉଁମାନଙ୍କର ଭୋଟର ତାଲିକାରୁ ନାମ ହଟାଇବେ ଫର୍ମ ନମ୍ବର-୭ରେ ଆବେଦନ କରିପାରିବେ ।

ଭୋଟର ତାଲିକା ସଂଶୋଧନ ପାଇଁ ଭୋଟରମାନେ ମଧ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ କୁ ଲଗଇନ କରି ନିଜର ନାମ ଜାଞ୍ଚ କରିପାରିବେ । ଏହା ସହ ଫର୍ମ ଡାଉନଲୋଡ଼ କରି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ଆବେଦନ କରିପାରିବେ । ସଂଶୋଧନ କାର୍ଯ୍ୟ ଅଭିଯୋଗ ଅନୁଯାୟୀ, ଜାନୁଆରୀ ୫ ତାରିଖ ସୁଦ୍ଧା ଗ୍ରହଣ କରାଯାଇ ତାହାର ସମାଧାନ କରାଯିବ । ୨୦୧୫ ଜାନୁଆରୀ ୫ରେ ସଂଶୋଧିତ ଭୋଟର ତାଲିକା ସବୁ ଭୋଟ ଗ୍ରହଣକେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ତହସିଲ କାର୍ଯ୍ୟାଳୟ ଏବଂ ବିଡିଓଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ