Masthead

ରାଜନଗର ପେଣ୍ଠ ବେଳାଭୂମିରେ କାହିକି ଉଡୁଛି ନାଲିପତାକା

ରାଜନଗର (ବଡ଼ ଖବର ବ୍ୟୁରୋ): ରାଜନଗର ବ୍ଲକ ପେଣ୍ଠ ବେଳାଭୂମିର ସୌନ୍ଦର୍ଯ୍ୟ ଅଭୁଲା । ପ୍ରକୃତିର ବିରଳ ଦୃଶ୍ୟକୁ ଏଠାରେ ମନଭରି ଉପଭୋଗ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସିଥାନ୍ତି । ଚଳିତ ମାସ ୧ତାରିଖରେ ଯାଜପୁର ଜରି ଗ୍ରାମର ଜଣେ ଇଞ୍ଜିନିୟରିଂ ଛାତ୍ର ସାଙ୍ଗମାନଙ୍କ ସହିତ ସମୁଦ୍ରରେ ଗାଧୋଉଥିଲେ । ଲହଡ଼ିରେ ସେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ପରଦିନ ବେଳାଭୂମିରୁ ମିଳିଥିଲା ତାଙ୍କ ମୃତଦେହ । ଘଟଣାକୁ ୧୫ଦିନ ନପୂରୁଣୁ ଗତ ରବିବାର ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମର ସତ୍ୟଜୀତ ବାଇ ସାଙ୍ଗମାନଙ୍କ ସହିତ ଗାଧୋଉ ଥିବାବେଳେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ୩ଦିନ ବିତିଯାଇଥିଲେ ବି ତାଙ୍କର କୌଣସି ଖୋଜ ଖବର ଆଜି ଯାଏ ମିଳିନାହିଁ । ୧୫ ଦିନରେ ଦୁଇ ଦୁଇଟି ଅଘଟଣ ଘଟିବା ପରେ ଚେଇଁ ଉଠିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ।

ରାଜନଗରର ପେଣ୍ଠ ବେଳାଭୂମିର ଚିତୋଉକୋଲ୍ଲା ଠାରୁ ଦୋବନ୍ଧି ଯାଏଁ ଦୀର୍ଘ ଦେଢ କିଲୋମିଟର ପଯୟ୍ୟନ୍ତ ଜାରି ହୋଇଛି ୧୪୪ ଧାରା । ସମୁଦ୍ରରେ ପ୍ରବେଶ ଓ ଗାଧୋଇବା ଉପରେ କଟକଣା ଜାରି କରାଯାଇଛି । ଏହି ସ୍ଥାନରେ କେନ୍ଦ୍ରାପଡା ପ୍ରସାଶନ ପକ୍ଷରୁ ନାଲି ପତାକା ପୋତାଯାଇଛି । ଚିତୋଉକୋଲ୍ଲା ଠାରୁ ଦୋବନ୍ଧି ଯାଏଁ ପର୍ୟ୍ୟଟକମାନଙ୍କୁ ନଯିବା ପାଇଁ ବାରଣ ମଧ୍ୟ କରାଯାଇଛି । ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏଠାରେ ପର୍ୟ୍ୟଟକମାନଙ୍କ ଉପରେ କଟକଣା ଜାରି କରିବାକୁ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ୧୪୪ଧାରା ଜାରି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଶାସନର ଅନ୍ୟାଦେଶ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଗଲା ବୋଲି ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ଅନ୍ୟପଟେ ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କହିବା କଥା ସରକାର ଭିତରକନିକାକୁ ଗୁରୁତ୍ୱ ଦେଉଛନ୍ତି । ପେଣ୍ଠ ବେଳାଭୂମି ଭିତରକନିକାରୁ ଅଲଗା ନୁହେଁ । ପର୍ୟ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଉଚିତ । ଏହା ସହିତ ବେଳାଭୂମିରେ ଲାଇଫ ଗାର୍ଡ ଏବଂ ବୋଟ ଇତ୍ୟାଦି ବ୍ୟବସ୍ଥା କରିବାର ଆବଶ୍ୟକତା ଅଛି । ଏଥିପ୍ରତି ଯଦି ସରକାର ତୁରନ୍ତ ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଏମିତି ବହୁ ନିରୀହ ଲୋକଙ୍କ ଜୀବନ ଅକାଳରେ ହାନିହେବ ବୋଲି ଅଂଶୁମାନ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା