Masthead

ରାଜନଗର ପେଣ୍ଠ ବେଳାଭୂମିରେ କାହିକି ଉଡୁଛି ନାଲିପତାକା

ରାଜନଗର (ବଡ଼ ଖବର ବ୍ୟୁରୋ): ରାଜନଗର ବ୍ଲକ ପେଣ୍ଠ ବେଳାଭୂମିର ସୌନ୍ଦର୍ଯ୍ୟ ଅଭୁଲା । ପ୍ରକୃତିର ବିରଳ ଦୃଶ୍ୟକୁ ଏଠାରେ ମନଭରି ଉପଭୋଗ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସିଥାନ୍ତି । ଚଳିତ ମାସ ୧ତାରିଖରେ ଯାଜପୁର ଜରି ଗ୍ରାମର ଜଣେ ଇଞ୍ଜିନିୟରିଂ ଛାତ୍ର ସାଙ୍ଗମାନଙ୍କ ସହିତ ସମୁଦ୍ରରେ ଗାଧୋଉଥିଲେ । ଲହଡ଼ିରେ ସେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ପରଦିନ ବେଳାଭୂମିରୁ ମିଳିଥିଲା ତାଙ୍କ ମୃତଦେହ । ଘଟଣାକୁ ୧୫ଦିନ ନପୂରୁଣୁ ଗତ ରବିବାର ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମର ସତ୍ୟଜୀତ ବାଇ ସାଙ୍ଗମାନଙ୍କ ସହିତ ଗାଧୋଉ ଥିବାବେଳେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ୩ଦିନ ବିତିଯାଇଥିଲେ ବି ତାଙ୍କର କୌଣସି ଖୋଜ ଖବର ଆଜି ଯାଏ ମିଳିନାହିଁ । ୧୫ ଦିନରେ ଦୁଇ ଦୁଇଟି ଅଘଟଣ ଘଟିବା ପରେ ଚେଇଁ ଉଠିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ।

ରାଜନଗରର ପେଣ୍ଠ ବେଳାଭୂମିର ଚିତୋଉକୋଲ୍ଲା ଠାରୁ ଦୋବନ୍ଧି ଯାଏଁ ଦୀର୍ଘ ଦେଢ କିଲୋମିଟର ପଯୟ୍ୟନ୍ତ ଜାରି ହୋଇଛି ୧୪୪ ଧାରା । ସମୁଦ୍ରରେ ପ୍ରବେଶ ଓ ଗାଧୋଇବା ଉପରେ କଟକଣା ଜାରି କରାଯାଇଛି । ଏହି ସ୍ଥାନରେ କେନ୍ଦ୍ରାପଡା ପ୍ରସାଶନ ପକ୍ଷରୁ ନାଲି ପତାକା ପୋତାଯାଇଛି । ଚିତୋଉକୋଲ୍ଲା ଠାରୁ ଦୋବନ୍ଧି ଯାଏଁ ପର୍ୟ୍ୟଟକମାନଙ୍କୁ ନଯିବା ପାଇଁ ବାରଣ ମଧ୍ୟ କରାଯାଇଛି । ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏଠାରେ ପର୍ୟ୍ୟଟକମାନଙ୍କ ଉପରେ କଟକଣା ଜାରି କରିବାକୁ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ୧୪୪ଧାରା ଜାରି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଶାସନର ଅନ୍ୟାଦେଶ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଗଲା ବୋଲି ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ଅନ୍ୟପଟେ ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କହିବା କଥା ସରକାର ଭିତରକନିକାକୁ ଗୁରୁତ୍ୱ ଦେଉଛନ୍ତି । ପେଣ୍ଠ ବେଳାଭୂମି ଭିତରକନିକାରୁ ଅଲଗା ନୁହେଁ । ପର୍ୟ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଉଚିତ । ଏହା ସହିତ ବେଳାଭୂମିରେ ଲାଇଫ ଗାର୍ଡ ଏବଂ ବୋଟ ଇତ୍ୟାଦି ବ୍ୟବସ୍ଥା କରିବାର ଆବଶ୍ୟକତା ଅଛି । ଏଥିପ୍ରତି ଯଦି ସରକାର ତୁରନ୍ତ ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଏମିତି ବହୁ ନିରୀହ ଲୋକଙ୍କ ଜୀବନ ଅକାଳରେ ହାନିହେବ ବୋଲି ଅଂଶୁମାନ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!