Masthead

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ

ଭବାନୀପାଟଣା (ବଡ଼ ଖବର ବ୍ୟୁରୋ):  ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । କଳାହାଣ୍ଡି ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ।  ଭବାନୀପାଟଣା ରେଞ୍ଜ ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଅଛନ୍ତି ବାବୁ ।  ସକାଳ ୬ଟାରୁ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସର ୩ଟି ଟିମ୍ ।  ଦେଉଣ୍ଡି ଗାଁ ପୈତୃକ ଘର, ଭବାନୀପାଟଣା ସ୍ଥିତ ବାସଭବନରେ ରେଡ୍ ।  ଭଟାଙ୍ଗପଦର ସ୍ଥିତ କାର୍ୟ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଭାବନୀପାଟଣା ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ରେଡ୍ ଚାଲିଛି ।

ସୂଚନା ଅନୁସାରେ ଭବାନୀପାଟଣା ହିଲ୍ ଟାଉନ୍‌ରେ ଫରେଷ୍ଟରଙ୍କ ଗୋଟିଏ ତିନି ମହଲା କୋଠା ରହିଛି । ସେହିପରି ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉଣ୍ଡି ଗାଁରେ ଥିବା ପୈତୃକ ବାସ ଭବନ ଏବଂ ଭଟାଙ୍ଗପଦର ସେକ୍ସନ ସ୍ଥିତ ଫରେଷ୍ଟରଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଏଥିରେ ୪ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ୍ ରହିଛନ୍ତି । ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ, ସୁନା ଗହଣା ଏବଂ ଜମିବାଡ଼ି ସମ୍ପର୍କିତ କାଗଜପତ୍ରର ଯାଞ୍ଚ ଚାଲିଛି। ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ତା’ର ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ 🔴 ପୁରୀରୁ ଗିରଫ ହେଲେ TMC ବିଧାୟକ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ 🔴 ପୁରୀରୁ ଗିରଫ ହେଲେ TMC ବିଧାୟକ