ଲୁଟିନେଲେ ଲୁହାପଥର ବୋଝେଇ ଗାଡ଼ି

ଲହୁଣୀପଡା (ବଡ଼ ଖବର ବ୍ୟୁରୋ): ଲୁହା ପଥର ବୋଝେଇ ଟ୍ରକ ଲୁଟ୍ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । କୋଇଡ଼ା ଏସ୍ ଲାଲ୍ ମାଇନିଂରୁ ଗାଡି ନଂ ଓଡ଼ି୧୬ଏଫ୮୬୭୦ର ଚାଳକ ମନସୁର ଆଲମ ଲୁହାପଥର ବୋଝେଇ କରି ଝାରସୁଗୁଡ଼ାର ଏସଏନସି ପ୍ଲାଣ୍ଟ ଅଭିମୁଖେ ଯିବା ସମୟରେ କାଲଟା ଛକରେ ତିନିଜଣ ଯୁବକ ଲିଫ୍ଟ ମାଗି ଗାଡିରେ ବସିଥିଲେ। ୨୧୫ନଂ ଜାତୀୟ ରାଜପଥର ଶଗଡିଆ ପୋଷ ନିକଟରେ ଚାଳକକୁ ମାଡ଼ ମାରି ଲୁହାପଥର ବୋଝେଇ ଟ୍ରକ ଧରି ଫେରାର ହେବା ସହ ଟଙ୍କା ଓ ମୋବାଇଲ୍ ନେଇ ଯାଇଥିଲେ।

ଗାଡି ମାଲିକ ଲହୁଣୀପଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲମସି ନିକଟରେ ଗାଡ଼ି ସମେତ ତିନିଜଣଙ୍କୁ କାବୁ କରିଥିଲା । ପୋଲିସ ତଦନ୍ତରେ ଚୋରି ଲୁହାପଥରକୁ ବଣାଇର ଶିବ ମେଟାଲିକ୍ରେ ବିକ୍ରି କରିଥିଲେ। ପୋଲିସ ଆଇରନକୁ ଜବତ କରିବା ସହ ଶିବ ମେଟାଲିକର ମ୍ୟାନେଜର ଉପେନ୍ଦ୍ର ଉପାଧ୍ୟାୟ ଏବଂ ମୁଖ୍ୟ ଅଭିଯୁକ୍ତ ଗୁରୁଦେବ ଗୁପ୍ତା, ବ୍ରଜ ସାହୁ ଓ ରାହୁଲ ମାହାନ୍ତକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!