Masthead

ଧରା ପଡ଼ିଲେ ମାଙ୍କଡ଼ା ପଥର ଚୋରା ଚାଲାଣକାରୀ

ଓଡଗାଁ (ବଡ଼ ଖବର ବ୍ୟୁରୋ ) ଦୀର୍ଘ ବର୍ଷର ନୀରବତା ପରେ ମାଙ୍କଡା ଚୋର ଧରିବାକୁ ପ୍ରଶାସନର ତତ୍ପର ହୋଇଉଠିଛି । ବର୍ଷ ବର୍ଷଧରି ବିନା ନିଲାମରେ ଓଡଗାଁ ତହସିଲ ଅଧୀନରେ ଚାଲିଥିବା ମାଙ୍କଡ଼ା ଖଣିକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି । ରାଜନୈତିକ ପ୍ରୋତ୍ସାହନରେ ସବୁ ଚାଲିଥିବା ଅଭିଯୋଗ ହେଉଛି । ଯେଉଁ ତହସିଲଦାର ଏସବୁରେ ରାଜି ନହୁଅନ୍ତି ସୋମନଙ୍କୁ ବଦଳି କରାଯାଉଥିବାର ନଜିର ମଧ୍ୟ ରହିଛି ।

ରବିବାର ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ନିର୍ଦ୍ଦେଶରେ କୋମଣ୍ଡ ଖଣିରେ ଚଢ଼ାଉ କରାଯାଇଥିଲା । କୋମଣ୍ଡ ଓ କରଡ଼ାଶାସନର ଗୋଟିଏ ଜେସିବି ଓ ଦୁଇଟି ହାଇୱା ହ୍ରାଇଭର ରାଜସ୍ୱ କର୍ମଚାରୀଙ୍କୁ ଧକ୍କା ମାରି ଗାଡ଼ି ନେଇ ଫେରାର ହୋଇଯାଇଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ କରଡ଼ାଶାସନରୁ ଆନନ୍ଦ ପ୍ରଧାନଙ୍କ ଜେସିବି ଜବତ କରିବା ସହିତ ସୁଶାନ୍ତ ପ୍ରଧାନଙ୍କୁ ଗିରଫ କରିଛି । ମଙ୍ଗଳବାର ପୋଲିସ ପାଟ୍ରୋଲିଂ ବେଳେ ଏସଆଇ ସ୍ନେହଲତା ପ୍ରଧାନ ରଙ୍ଗଣୀପାଟଣା ଗ୍ରାମର ଶରତ ସାହୁଙ୍କୁ ଗିରଫ କରିବା ସହ ମାଙ୍କଡ଼ା ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ସଞ୍ଜୟ କୁମାର ପରିଡା ଓ ଯୁଗଳ କିଶୋର ନାୟକ ସୂଚନା ଦେଇଛନ୍ତି । ଅନ୍ୟ ହାଇୱା ଓ ଜେସିବି ଜବତ କରିବା ସହିତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ