Masthead

୧୫ ଶହ ଟଙ୍କା ପାଇଁ ବଦନାମ ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କମିଶନରେଟ୍‌ ପୋଲିସ ଅଧିନସ୍ଥ ଧଉଳି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ତୋଫାନ୍‌ ଗୁରୁ ୧୫ ଶହ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ଏଏସ୍‌ଆଇ ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା କମିଶନରେଟ୍‌ ପୋଲିସ କୁ ଏକ ପ୍ରକାର ର ବଦନାମ କରିଛି । ଗୁରୁଙ୍କୁ ଗୁରୁବାର ନିଲମ୍ବନ କରାଯାଇ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଭିଜିଲାନ୍ସ କାର୍ଯ୍ୟାଳୟ ସୂଚନା ମୁତାବକ, ଧଉଳି ଥାନା ଜୟପୁର ଗାଁରେ ଜମିବାଡ଼ିକୁ କେନ୍ଦ୍ର କରି ମାରପିଟ ହୋଇଥିଲା। ଉକ୍ତ ଗାଁର ପ୍ରଶାନ୍ତ କୁମାର ସାହୁ ଓ ତାଙ୍କ ବାପାଙ୍କ ନାଁରେ କିଛି ଲୋକ ଏତଲା ଦେଇଥିଲେ ।

ପ୍ରଶାନ୍ତ ଏବଂ ତାଙ୍କ ପିତାଙ୍କ ବିରୋଧରେ ମାମଲା ପଞ୍ଜୀକରଣ ନକରିବା ପାଇଁ ଏଏସ୍‌ଆଇ ଗୁରୁଙ୍କୁ ଭେଟିଥିଲେ। ମାମଲା ରୁଜୁ ନ କରିବା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ ଶ୍ରୀ ଗୁରୁ। ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ପ୍ରଶାନ୍ତ କହିଥିଲେ । କଥା ୧୫ ଶହ ଟଙ୍କାରେ ଛିଣ୍ଡିଥିଲା । ପ୍ରଶାନ୍ତ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଘଟଣା ବିଷୟରେ ଜଣାଇଥିଲେ। ଶ୍ରୀ ଗୁରୁ ପ୍ରଶାନ୍ତଙ୍କଠାରୁ ଦାବି ମୁତାବକ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରି ଗିରଫ କରିଥିଲା ।ସୂଚନା ଅନୁସାରେ ପୂର୍ବରୁ ଏକ ଜମିଜମା ମାମଲାରେ ପୂର୍ବରୁ ପୂର୍ବତନ ଧଉଳି ଥାନା ଆଇଆଇସି ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି