Masthead

ଆଇନକୁ ହାତକୁ ନେବେ ଲୋକେ

ଲୋଇସିଂହା (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ରୁଗୁଡ଼ିଖାଲଠାରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଇଛି। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜବରଦଖଲ ଉଚ୍ଛେଦ ଦିଗରେ ପ୍ରଶାସନ ବିଫଳ ହେଲେ ଆଇନକୁ ହାତକୁ ନେବେ ବୋଲି ଗ୍ରାମବାସୀ ଲୋଇସିଂହା ଥାନା ସମେତ ତହସିଲଦାର ଓ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଲିଖିତଭାବେ ଚେତାବନୀ ଦେଇଛନ୍ତି ।
ଲୋଇସିଂହା ତହସିଲ ଅନ୍ତର୍ଗତ ବୁଢ଼ୀପଦର ମୌଜା ରୁଗୁଡ଼ିଖାଲର ଖାତା ନଂ-୧୩୦ର ପ୍ଲଟ ନଂ-୧୦, ୧୧, ୧୩, ୧୮, ୧୯, ୨୦ ଜାତୀୟ ରାଜପଥ ନଂ-୨୬ ପାର୍ଶ୍ୱରେ ରହିଛି। ଏଠାରେ ରାମମନ୍ଦିର ସାଙ୍ଗକୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବାବେଳେ ସାପ୍ତାହିକ ହାଟ ମଧ୍ୟ ବସିଥାଏ । ତେଣୁ ଏଠାକାର ମୂଲ୍ୟବାନ ସରକାରୀ ଜମି ଉପରେ ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ସରକାରୀ ଜମି ଦଖଲ କରି କେତେକ ବ୍ୟବସାୟ ଆରମ୍ଭ କରି ସାରିଥିବାବେଳେ ଆଉ କିଛି ଜମିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଶାସନିକ ଉଦାସୀନତା ଯୋଗୁ ମୂଲ୍ୟବାନ ସରକାରୀ ଜମି ଏବେ କିଛି ମୁଷ୍ଟିମେୟ ଜମି ମାଫିଆଙ୍କ ହାତକୁ ଚାଲିଯିବାକୁ ବସିଛି । ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦ କଲେ ସେମାନଙ୍କୁ ଧମକ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜବରଦଖଲ ଉଚ୍ଛେଦ ପାଇଁ ବୁଢ଼ୀପଦର ଗ୍ରାମବାସୀ ସମ୍ବଲପୁର ଆରଡିସିଙ୍କଠାରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଥିଲେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ସେମାନେ ନିରାଶ ହୋଇଥିବା ପ୍ରକାଶ କରିଛନ୍ତି । ସରକାରୀ ଜମି ଦଖଲ ଯୋଗୁ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମରେ ବାଧା ସୃଷ୍ଟି ହେଉଛି । ପ୍ରଶାସନର ନୀରବତା ଯୋଗୁ ଜବରଦଖଲକୁ ନେଇ ବୁଢ଼ୀପଦର ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଖୁବଶୀଘ୍ର ପ୍ରଶାସନ ଏହି ଘଟଣା ପ୍ରତି ଦୃଷ୍ଟିଦେଇ ଉଚିତ୍ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ