Masthead

ଶୀଘ୍ର ମନ୍ଦିର ଖୋଲ

ସତ୍ୟବାଦୀ (ବଡ଼ ଖବର ବ୍ୟୁରୋ): ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଗୁରୁବାର ସାକ୍ଷୀଗୋପାଳ ସିଦ୍ଧବକୁଳ ମନ୍ଦିରରେ ଘଣ୍ଟ ବାଡ଼େଇ ପ୍ରତିବାଦ କରାଯାଇଛି। ପ୍ରତିବାଦ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରାମମନ୍ଦିର, ଯାଜପୁର ବିରଜା ମନ୍ଦିର, ସାକ୍ଷୀଗୋପାଳ ମନ୍ଦିର, ଦାଣ୍ଡମୁକୁନ୍ଦପୁର ସାକ୍ଷୀଗୋପାଳ ମନ୍ଦିର, ବାରିପଦା ଜଗନ୍ନାଥ ମନ୍ଦିରର, ବ୍ରହ୍ମଗିରି ଆଲାରନାଥ ମନ୍ଦିର, କୋଳାଥିଆ ଜଗନ୍ନାଥ ମନ୍ଦିର, ଆଇଗିଣିଆ ହନୁମାନ ମନ୍ଦିର, କାକଟପୁରର ମଙ୍ଗଳା ମନ୍ଦିର, ଶିରୁଳି ମହାବୀର ମନ୍ଦିର, ଧବଳେଶ୍ୱର ମନ୍ଦିର, ଝଙ୍କଡ଼ ଶାରଳା ମନ୍ଦିର ସେବାୟତଙ୍କ ସହିତ ଅନ୍ୟାନ୍ୟ ପ୍ରତିଷ୍ଠିତ ମନ୍ଦିରର ସେବାୟତ ଯୋଗଦେଇଥିଲେ । ସିଦ୍ଧବକୁଳ ମନ୍ଦିର ସମ୍ମୁଖରେ ସେମାନେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା, ସେବାୟତଙ୍କୁ ସହାୟତା ପ୍ରଦାନ, ସେବାୟତଙ୍କୁ ପରିଚୟପତ୍ର ପ୍ରଦାନ, ସେବାୟତଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଓ ବୀମାଭୁକ୍ତ କରାଯିବା ଆଦି ସେମାନେ ଦାବି କରିଥିଲେ। ସରକାର ଜିମ୍, ସିନେମା ହଲ, ସାଂସ୍କୃତିକ ଅନୁଷ୍ଠାନ, ମଦ ଦୋକାନ, ସପିଙ୍ଗ ମଲ ଆଦି ଖୋଲିଥିବା ବେଳେ ମନ୍ଦିର କାହିଁକି ଖୋଲାଯାଉ ନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଆଜି ରାତି ସୁଦ୍ଧା ସରକାର ଏ ନେଇ ନିଷ୍ପତ୍ତି ନ ନେଲେ ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ବିଧାନସଭା ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛି ସେବାୟତ ସଂଘ।

ଦୁଇଦିନ ତଳେ ଜଗତଗୁରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତିଙ୍କୁ ଭେଟି ସେବାୟତମାନେ ଓଡ଼ିଶାର ସମସ୍ତ ମନ୍ଦିର ଖୋଳିବାକୁ ପ୍ରସ୍ତାବ ଦେଇଥିଲେ। ଶଙ୍କରାଚାର୍ଯ୍ୟ ମଧ୍ୟ ଏଥିରେ ସହମତି ପ୍ରକାଶ କରି ରାଜ୍ୟ ସରକାରଙ୍କୁ ମନ୍ଦିର ଖୋଲିବା ଲାଗି ବିଚାର କରିବାକୁ ପରାମର୍ଶ ଦେଇଥିଲେ। ସରକାର ଏହା ଉପରେ ବିଚାର ବିମର୍ଶ କରୁଛନ୍ତି। ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ଗୁରୁବାର ପ୍ରତିବାଦ କାର୍ଯ୍ୟକ୍ରମରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ୱର ତ୍ରିପାଠୀ, ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ, ସଚେତକ ସୁବାସ ଚନ୍ଦ୍ର ମିଶ୍ର, ରୁଦ୍ର ସେନା ରାଜ୍ୟ ସଭାପତି ସଞ୍ଜୀବ କୁମାର ମିଶ୍ର, ରାଷ୍ଟ୍ରୀୟ ମନ୍ଦିର ସଂଘ ଉପସଭାପତି କୃତୀବାସ କର, ଓଡ଼ିଶା ବ୍ରାହ୍ମଣ ମହାସଭା ସମ୍ପାଦକ ସୂର୍ଯ୍ୟନାରାୟଣ ଦାସ, ଶିରୁଳି ମହାବୀର ମନ୍ଦିର ସେବାୟତ ରଞ୍ଜିତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି