Masthead

ହରିଣ ପାର୍କରେ ଅଜଣା ଭୂତାଣୁ ସଂକ୍ରମଣ ଆତଙ୍କ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ହରିଶଙ୍କର ସ୍ଥିତ ହରିଣ ପାର୍କରେ ଅଜଣା ଭୂତାଣୁ ସଂକ୍ରମଣ ଆତଙ୍କ । ୩ ଦିନ ମଧ୍ୟରେ ପାର୍କରେ ୯ ହରିଣଙ୍କ ମୃତ୍ୟୁ । ଗତ ୧ ରୁ ୪ ତାରିଖ ମଧ୍ୟରେ ୯ ହରିଣର ମୃତ୍ୟୁର କାରଣ ଅସ୍ପଷ୍ଟ । କାରଣ ଜାଣିବା ପାଇଁ କଟକର ଫୁଲନଖରାରୁ ରାଜ୍ୟ ପ୍ରାଣୀରୋଗ ଗବେଷଣା କେନ୍ଦ୍ର ଏକ ଚାରିଜଣିଆ ବିଶେଷଜ୍ଞ ଦଳ ହରିଶଙ୍କରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହରିଣର ନମୁନା ସଂଗ୍ରହ କରି ଗବେଷଣା କେନ୍ଦ୍ରକୁ ନେଇଛନ୍ତି ।

ପରୀକ୍ଷା ପରେ ହରିଣ ମୃତ୍ୟୁର କାରଣ ଜଣାପଡିବ ବୋଲି ପ୍ରାଣୀରୋଗ ଗବେଷଣା କେନ୍ଦ୍ରର ବିଶେଷଜ୍ଞ ଡ଼ା ମିହିର କୁମାର ନାଏକ କହିଛନ୍ତି । ପୂର୍ବରୁ ଏନେଇ ବଲାଙ୍ଗିର ଡିଏଫଓ ମଧ୍ୟ ସେଠାକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରି ଫେରିଆସିଛନ୍ତି । ହରିଶଙ୍କର ହରିଣ ପାର୍କରେ ଏବେ ୩୭୦ଟି ହରିଣ ଅଛନ୍ତି । ଏହାର ରକ୍ଷଣାବେକ୍ଷଣ ବେକ୍ଷଣ ଦାୟିତ୍ଵ ସମ୍ପୂର୍ଣ୍ଣ ବନ ବିଭାଗର । ହେଲେ ଗତ ତିନିଦିନ ମଧ୍ୟରେ ୯ ହରିଣର ଅସ୍ୱଭାବିକ ମୃତ୍ୟୁ ହେବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଅନ୍ୟପଟେ ଏହି ଗୁରୁତର ଘଟଣାକୁ ହାଲୁକା ଭାବରେ ନେଇଛନ୍ତି ରେଞ୍ଜର ଶ୍ରୀବତ୍ସ କୁମୁରା । କିଛି ହରିଣ ନିଜ ନିଜ ମଧ୍ୟରେ ଧସ୍ତାଧସ୍ତି ହୋଇ ମୃତ୍ୟୁ ହୋଇଥିବା ରେଞ୍ଜର କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ହରିଣ ମୃତ୍ୟୁର କାରଣ ପ୍ରାଣୀରୋଗ ଗବେଷଣା କେନ୍ଦ୍ରର ଟିମ୍ ଜାଣି ପାରୁନଥିବାବେଳେ ଧସ୍ତାଧସ୍ତିରୁ ମୃତ୍ୟୁ ବୋଲି ରେଞ୍ଜର ଜାଣିଲେ କେମିତି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ