Masthead

ହାଇକୋର୍ଟକୁ ଗଲା ପୁରୀ ହାଜତ ମୃତ୍ୟୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁରୀ ବାସେଳିସାଇ ଥାନା ପୋଲିସର ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ପୋଲିସ ମାଡ଼ରେ କେ.ରମେଶଙ୍କ ମୃତ୍ୟୁ ଅଭିଯୋଗକୁ ପୁରୀ ଏସପି ବୁଲେଇ ବଙ୍କେଇ ସ୍ୱୀକାର କରିଛନ୍ତି । ପୋଲିସ ସହ ଧସ୍ତାଧସ୍ତିରେ ଆହତ ରମେଶଙ୍କର ମୃତ୍ୟୁ ହୋଇଥିବା ଏସପି ସ୍ୱୀକାର କରିଛନ୍ତି । କିନ୍ତୁ ଏସପିଙ୍କ କଥାକୁ ବିଜେପି ସମେତ ସାଧାରଣ ଲୋକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ପୋଲିସ ହେହପାଜତରେ ଥିବା ରମେଶଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ପୁରୀରେ ଉତ୍ତେଜନା ଲାଗି ରହିଛି ।

୧୮ ତାରିଖ ରାତିରୁ ମୃତୁ ରମେଶଙ୍କ ଦାଦା, ବାପା ଓ ମା’ଙ୍କୁ ପୋଲିସ ଉଠାଇ ନେଇଥିଲା । ଏବେ ମଧ୍ୟ ସେମାନେ କେଉଁଠି ଅଛନ୍ତି ପରିବାର ଲୋକେ ଜାଣି ପାରୁନାହାନ୍ତି । ମୃତ ରମେଶଙ୍କର ଶୁଦ୍ଧକ୍ରିୟା କିପରି ହେବ ସେଇ ଚିନ୍ତାରେ ପରିବାର ଲୋକେ ଘାଣ୍ଟି ହେଉଛନ୍ତି ।

ସେପଟେ ଆଜି ହାଇକୋର୍ଟକୁ ଯାଇଛି ପୁରୀ ହାଜତ ମୃତ୍ୟୁ ମାମଲା । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ଶରତ ରାଜଗୁରୁ । କୋର୍ଟଙ୍କ ତତ୍ୱାବଧାନରେ ଘଟଣାର ତଦନ୍ତ ପାଇଁ ସେ ଅପିଲ କରିଛନ୍ତି । ସମ୍ପୃକ୍ତ ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ୍ ହୋଇଛି । ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ହାଇକୋର୍ଟ । ସରକାରଙ୍କୁ ହାଜତ ମୃତ୍ୟୁ ସମ୍ପର୍କୀତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶବବ୍ୟବଚ୍ଛେଦ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ