Masthead

ଡ୍ରାଇଭର ଆନ୍ଦୋଳନ, ପେଟ୍ରୋଲ ପମ୍ପ ଉପରେ ପ୍ରଭାବ

ତେଲ ଟାଙ୍କିରେ ନାହିଁ ତେଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡ୍ରାଇଭରଙ୍କ ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ପେଟ୍ରୋଲ ପମ୍ପ ଉପରେ ପଡିଛି । ଅଧିକାଂଶ ତେଲ ଟାଙ୍କିରେ ନାହିଁ ତେଲ । ଦୁଇଦିନର ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଯାହାଦ୍ୱାରା ରାଜ୍ୟର ଅଧିକାଂଶ ସ୍ଥାନରେ ପେଟ୍ରୋଲ ପମ୍ପ ଦିନ ଅଧାରୁ ବନ୍ଦ ହୋଇଯାଇଥିଲା । ରିପୋର୍ଟ ଅନୁସାରେ, ଗୋଟିଏ ଦିନରେ ଲୋକେ ଲୋକେ ତିନି ଦିନର ପେଟ୍ରୋଲ ବୋହି ନେଇଛନ୍ତି । ଯେଉଁ କାରଣରୁ ତେଲର ଅଭାବ ଦେଖିବାକୁ ମିଳିଛି । ସୂଚନାନୁସାରେ, ରାଜଧାନୀକୁ ପ୍ରତିଦିନ ୩ ଲକ୍ଷ ୩୦ ହଜାର ଲିଟର ପେଟ୍ରୋଲ ଓ ୨ଲକ୍ଷ ୩୫ହଜାର ଲିଟର ଡିଜେଲ୍‌ର ଆବଶ୍ୟକତା ରହିଛ। ଉତ୍କଳ ପେଟ୍ରୋଲିୟମ ଡିଲର ମହାସଂଘର ସାଧାରଣ ସଂପାଦକ ଲୋକଙ୍କୁ ବ୍ୟତିବ୍ୟସ୍ତ ନ ହେବାକୁ ଅପିଲ କରିଛନ୍ତି । କାରଣ ଟାସ୍କପୋର୍ସ ଗଠନ ହେବା ପରେ ଆଜି ତେଲ ଟ୍ୟାଙ୍କର ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ