ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବାବେଳେ ବାରଙ୍ଗକୁ ପୁଣି ଫେରିଛି କରୋନା। ଏଥିପାଇଁ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଛନ୍ତି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅଞ୍ଚଳରୁ ଆଜି ୮ କରୋନା ରୋଗୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ବାରଙ୍ଗ ବିଡିଓ ପ୍ରଭାକର ପଣ୍ଡା। ବେଲଗଛିଆ ପଞ୍ଚାୟତର କିଛି ଲୋକଙ୍କୁ ଜ୍ୱର ହୋଇଥିବା ବ୍ଲକ ପ୍ରଶାସନକୁ ଖବର ଦିଆଯାଇଥିଲା। ମହିଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଆଜି ବେଲଗଛିଆ ଓ ରାମଦାସପୁର ପଞ୍ଚାୟତରେ ପହଞ୍ଚି ୨୩୩ ଜଣଙ୍କ ନମୁନା ସଂଗ୍ରହ କରିଥିଲେ। ସେଥିମଧ୍ୟରୁ ୧୮୫ ଜଣଙ୍କ ରିପୋର୍ଟ ଆସିଛି। ରାମଦାସପୁର ପଞ୍ଚାୟତରୁ ଜଣେ ହେଲେ ପଜିଟିଭ୍ ଚିହ୍ନଟ ହୋଇ ନ ଥିବା ବେଳେ ବେଲଗଛିଆ ପଞ୍ଚାୟତରୁ ୭ ଜଣଙ୍କ ନମୁନା ପଜିଟିଭ୍ ଆସିଛି। ମହିଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। କିଛି ମାସ ବ୍ୟବଧାନ ପରେ ବାରଙ୍ଗକୁ କୋଭିଡ ଫେରିଥିବାରୁ ବ୍ଲକ ପ୍ରଶାସନ ଚିନ୍ତାରେ ପଡ଼ିଛି। ଏଥିସହ ବ୍ଲକର ଜନସାଧାରଣ ଛାନିଆ ହୋଇପଡ଼ିଛନ୍ତି। ଖୁବଶୀଘ୍ର ସମ୍ବେଦନଶୀଳ ଦାଢ଼ାପାଟଣା ଓ ଶ୍ରୀବନ୍ତପୁର ପଞ୍ଚାୟତରେ କୋଭିଡ ଟେଷ୍ଟ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି।
Prev Post
Next Post
ଆଗକୁ ପଢନ୍ତୁ
