Masthead

ବାରଙ୍ଗକୁ ଫେରିଲା କରୋନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବାବେଳେ ବାରଙ୍ଗକୁ ପୁଣି ଫେରିଛି କରୋନା। ଏଥିପାଇଁ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଛନ୍ତି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅଞ୍ଚଳରୁ ଆଜି ୮ କରୋନା ରୋଗୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ବାରଙ୍ଗ ବିଡିଓ ପ୍ରଭାକର ପଣ୍ଡା। ବେଲଗଛିଆ ପଞ୍ଚାୟତର କିଛି ଲୋକଙ୍କୁ ଜ୍ୱର ହୋଇଥିବା ବ୍ଲକ ପ୍ରଶାସନକୁ ଖବର ଦିଆଯାଇଥିଲା। ମହିଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଆଜି ବେଲଗଛିଆ ଓ ରାମଦାସପୁର ପଞ୍ଚାୟତରେ ପହଞ୍ଚି ୨୩୩ ଜଣଙ୍କ ନମୁନା ସଂଗ୍ରହ କରିଥିଲେ। ସେଥିମଧ୍ୟରୁ ୧୮୫ ଜଣଙ୍କ ରିପୋର୍ଟ ଆସିଛି। ରାମଦାସପୁର ପଞ୍ଚାୟତରୁ ଜଣେ ହେଲେ ପଜିଟିଭ୍ ଚିହ୍ନଟ ହୋଇ ନ ଥିବା ବେଳେ ବେଲଗଛିଆ ପଞ୍ଚାୟତରୁ ୭ ଜଣଙ୍କ ନମୁନା ପଜିଟିଭ୍ ଆସିଛି। ମହିଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। କିଛି ମାସ ବ୍ୟବଧାନ ପରେ ବାରଙ୍ଗକୁ କୋଭିଡ ଫେରିଥିବାରୁ ବ୍ଲକ ପ୍ରଶାସନ ଚିନ୍ତାରେ ପଡ଼ିଛି। ଏଥିସହ ବ୍ଲକର ଜନସାଧାରଣ ଛାନିଆ ହୋଇପଡ଼ିଛନ୍ତି। ଖୁବଶୀଘ୍ର ସମ୍ବେଦନଶୀଳ ଦାଢ଼ାପାଟଣା ଓ ଶ୍ରୀବନ୍ତପୁର ପଞ୍ଚାୟତରେ କୋଭିଡ ଟେଷ୍ଟ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ