ଜିଦ୍ ନେଲା ଜୀବନ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ସରକାରୀ ଜମିକୁ କେନ୍ଦ୍ର କରି ଜଣେ ୨୫ ବର୍ଷୀୟ ଯୁବକ ଅତ୍ମହତ୍ୟା କରିଛନ୍ତି । ଡ଼ୁବୁରୀ ଗ୍ରାମର ଭିକି ରାଉତ କବଜା କରିଥିବା ସରକାରୀ ଜମିକୁ ମଡ଼େଇ ପାଖ ପଡ଼ୋଶୀ ଗୃହ ନିର୍ମାଣ କରୁଥିବାରୁ ଭିକି ପ୍ରତିବାଦ କରିଆସୁଥିଲେ। ପରେ କଳିଙ୍ଗନଗର ଥାନା ଏବଂ ସାହି ଭାଇ ବସି ମାମଲାର ଫଇସଲା ହେଇଥିଲା। ମାତ୍ର ଭିକି ଉକ୍ତ ଫଇସଲାରେ ରାଜି ହେଇ ନ ଥିଲେ। ସେପଟେ ପରିବାର ଲୋକ କିନ୍ତୁ ଅମିନ, ଥାନା ଓ ଗ୍ରାମବାସୀଙ୍କ କଥାରେ ସହମତ ହୋଇଥିଲେ । ଭିକି ଉକ୍ତ ଜାଗାରେ ଘର କରାଇ ନ ଦେବାକୁ ଜିଦରେ ଥିଲେ। ପରିବାର ଲୋକ ଭିକିଙ୍କୁ ଏକଥାରୁ ଦୂରେଇ ରହିବାକୁ କହିଥିଲେ ମଧ୍ୟ ଭିକି କାହା କଥା ନ ଶୁଣି ଜିଦରେ ରହିଥିଲେ ବୋଲି ପୋଲିସ ସୂଚନା ଦେଇଛି। ଏହି ଜିଦ୍ ପାଇଁ ଆଜି ବେକରେ ରଶି ଲଗାଇ ଭିକି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଆତ୍ମହତ୍ୟା ପୂର୍ବରୁ ଭିକି ଏକ ଚିଠି ମଧ୍ୟ ଲେଖିଥିଲେ । ବାପା ମୁଁ ତୁମ ଜମି ରଖିପାରିଲି ନାହିଁ ବୋଲି ଉକ୍ତ ଚିଠିରେ ଲେଖା ଅଛି। ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!