କଟକ (ବଡ଼ ଖବର ବ୍ୟୁରୋ ): ବିଧାନସଭା ଉପନିର୍ବାଚନ ସରିଲା । ଏବେ କଟକ ସଦର ଜୋନ ନଂ-୭ ଜିଲ୍ଲାପରିଷଦ ଉପନିର୍ବାଚନକୁ ନେଇ ନାନାଦି ପ୍ରଶ୍ନ ଲାଗି ରହିଛି । ୮ ଟି ପଞ୍ଚାୟତର ଭୋଟରମାନେ ଚାହିଁ ବସିଛନ୍ତି । କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ନିର୍ବାଚନ ଆୟୋଗ ନିର୍ବାଚନକୁ ସ୍ଥଗିତ ରଖିଥିଲେ । ଆସନ୍ତା ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କରାଯିବ ।ଏହାସହ ୩ଟି ୱାର୍ଡର ଭୋଟ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାପରିଷଦ ସହିତ ୱାର୍ଡ ମେମ୍ବର ଭୋଟ ଗୋଟିଏ ଦିନରେ ହେଵ । ଡିପିଓଙ୍କ କହିବାନୁଯାୟୀ ଜାନୁଆରୀ ମାସରେ ହେବ ଭୋଟ ।