Masthead

ରୋକିଲା ବାଲ୍ୟ ବିବାହ

ଗଣିଆ (ବଡ଼ ଖବର ବ୍ୟୁରୋ): ଆଜିର ଡିଜିଟାଲ ଯୁଗରେ ବି ଚାଲିଛି ବାଲ୍ୟ ବିବାହ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସମାଜରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଏହା ଦେଖିବାକୁ ମିଳୁଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ଗ୍ରାମରେ ଘଟିଛି ଏପରି ଏକ ଘଟଣା ।

ଓସ୍ତିଆ ଗ୍ରାମର ଜଣେ କନ୍ୟା ପିତା ନିଜର ୧୭ ବର୍ଷର ନାଁ ବାଳିକା କନ୍ୟାକୁ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ ଦେବାକୁ ସ୍ଥିର କରିଥିଲେ। ଆସନ୍ତା ନଭେମ୍ବର ୨୩ରେ ବିବାହ ଦିନଧାର୍ଯ୍ୟ କରାଯାଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଚାଇଲ୍ଡଲାଇନର ଆନନ୍ଦ ଚନ୍ଦ୍ର ବେହେରା, ମହିଳା ଓ ଶିଶୁ ବିକାଶ ସୁପରଭାଇଜର ପ୍ରମିଳା ପରିଡ଼ା, କଳ୍ପନା ଦାଶ, ଟୁନି ଦାଶ, ପୋଲିସ କର୍ମଚାରୀ ଓ ଅଙ୍ଗୱାଡ଼ି କର୍ମୀ ପହଞ୍ଚି କନ୍ୟା ପିତା ମାତାଙ୍କୁ ବାଲ୍ୟ ବିବାହ ନିଷେଧ ଆଇନ ସଂପର୍କରେ ବୁଝାଇବା ସହ ୧୮ ବର୍ଷ ନପୁରିଲେ ଝିଅକୁ ବିବାହ ନକରାଇବା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ କରାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା