ରୋକିଲା ବାଲ୍ୟ ବିବାହ

ଗଣିଆ (ବଡ଼ ଖବର ବ୍ୟୁରୋ): ଆଜିର ଡିଜିଟାଲ ଯୁଗରେ ବି ଚାଲିଛି ବାଲ୍ୟ ବିବାହ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସମାଜରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଏହା ଦେଖିବାକୁ ମିଳୁଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ଗ୍ରାମରେ ଘଟିଛି ଏପରି ଏକ ଘଟଣା ।

ଓସ୍ତିଆ ଗ୍ରାମର ଜଣେ କନ୍ୟା ପିତା ନିଜର ୧୭ ବର୍ଷର ନାଁ ବାଳିକା କନ୍ୟାକୁ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ ଦେବାକୁ ସ୍ଥିର କରିଥିଲେ। ଆସନ୍ତା ନଭେମ୍ବର ୨୩ରେ ବିବାହ ଦିନଧାର୍ଯ୍ୟ କରାଯାଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଚାଇଲ୍ଡଲାଇନର ଆନନ୍ଦ ଚନ୍ଦ୍ର ବେହେରା, ମହିଳା ଓ ଶିଶୁ ବିକାଶ ସୁପରଭାଇଜର ପ୍ରମିଳା ପରିଡ଼ା, କଳ୍ପନା ଦାଶ, ଟୁନି ଦାଶ, ପୋଲିସ କର୍ମଚାରୀ ଓ ଅଙ୍ଗୱାଡ଼ି କର୍ମୀ ପହଞ୍ଚି କନ୍ୟା ପିତା ମାତାଙ୍କୁ ବାଲ୍ୟ ବିବାହ ନିଷେଧ ଆଇନ ସଂପର୍କରେ ବୁଝାଇବା ସହ ୧୮ ବର୍ଷ ନପୁରିଲେ ଝିଅକୁ ବିବାହ ନକରାଇବା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ କରାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ