Masthead

ବାପାପୁଅ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ୪ ଗିରଫ

ବେଲଗୁଣ୍ଠା (ବଡ଼ ଖବର ବ୍ୟୁରୋ) : ବେଲଗୁଣ୍ଠା ପୋଲିସକୁ ମିଳିଛି ବଡ ସଫଳତା । ଗତ ଅକ୍ଟୋବର ୧୫ ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ମେନ୍ ରୋଡସ୍ଥିତ ବଣିକ ସଂଘ ଉପଦେଷ୍ଟା କାଳୁଚରଣ ପଣ୍ଡାଙ୍କ ଘରର ପଛପଟ କବାଟ ଭାଙ୍ଗି ଭିତରେ ପଶିଥିଲେ କିଛି ଦୁର୍ବୃତ୍ତ । ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଗହଣା ସେମାନେ ଲୁଟି ନେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ବାପା ପୁଅ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ନଗଦ ୪୫,୨୫୦ ଟଙ୍କା, ସୁନାମୁଦି, ରୁପା ସିନ୍ଦୁର ଫରୁଆ,ରୁପା ପାଉଁଜି ସହ ସେମାନେ ବ୍ୟବହାର କରିଥିବା ଦୁଇଟି ସାଇକଲ, କବାଟ ଭାଙ୍ଗିବା ପାଇଁ ବ୍ୟବହୃତ ହୋଇଥିବା ଲୁହା ହାତୁଡି, ସ୍କୃଡ୍ରାଇଭର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏହି ଘଟଣା ସହ ଗିରଫ ହୋଇଥିବା ଚାରିଜଣ ଦୁର୍ବୁତ୍ତ ପୂର୍ବରୁ ବିଭିନ୍ନ ଥାନାରେ ହୋଇଥିବା ୧୧ଟି ଚୋରି ମାମଲାରେ ସମ୍ପୃକ୍ତ ଥିବା ତଦନ୍ତ ବେଳେ ଜଣାପଡ଼ିଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତମାନେ ବୁଗୁଡା ଥାନାର ଦୁଇଟି ଚୋରି ଘଟଣାରେ ସମ୍ପୃକ୍ତ ଥିବା ବେଳେ ଶେରଗଡ଼ ଥାନାର ୪ଟି, ଜଗନ୍ନାଥପ୍ରସାଦ ଥାନାର ଗୋଟିଏ, ଧରାକୋଟ ଥାନାର ଗୋଟିଏ,ବଡ଼ଗଡ଼ ଥାନାର ଗୋଟିଏ, ପାଟପୁର ଥାନାର ଗୋଟିଏ ଓ ଭଞ୍ଜନଗର ଥାନାର ଗୋଟିଏ କେଶରେ ସମ୍ପୃକ୍ତ ଥିବା ପୋଲିସ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ