Masthead

ଦାମଙ୍କ ଟାର୍ଗେଟରେ ରାଜା ସ୍ୱାଇଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବଢିଲା ନବୀନଙ୍କ ଅଡୁଆ । ଦାମଙ୍କ ଟାର୍ଗେଟରେ ରାଜା ସ୍ୱାଇଁ । ସମବାୟ ମନ୍ତ୍ରୀଙ୍କୁ ପୂର୍ବତନ ସମବାୟ ମନ୍ତ୍ରୀଙ୍କ ଆରୋପ । ମନ୍ତ୍ରୀ ରଣେନ୍ଦ୍ରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ଦାମୋଦର ରାଉତ । ଆଠଗଡ଼ ସମବାୟ ଦୂର୍ନୀତିଠାରୁ ଏରସମା ନୂଆଁରୀ ସୋସାଇଟିର ଦୁର୍ନୀତି ତିନି ଗୁଣା ଅଧିକ । ସୋସାଇଟିର ୭ଶହ ଚାଷୀ ନାଁରେ ୧କୋଟି ୬୦ଲକ୍ଷ ଟଙ୍କା ଋଣ କରାଯାଇଛି । ଚାଷୀଙ୍କ ଟଙ୍କାରେ କିଣାଯାଇଛି ଜମି । ଏ ବାବଦରେ ୬ ମାସ ପୂର୍ବରୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଚିଠି ଲେଖିଥିଲେ ଦାମ ରାଉତ । ଏପର୍ଯ୍ୟନ୍ତ ମିଳିଲାନି ଚିଠିର କୌଣସି ଉତ୍ତର । ଆଶା ଥିଲା ରାଜା କିଛି କରିବେ, କିନ୍ତୁ କିଛି କଲେନି ।

କଟକ ସମବାୟ ବ୍ୟାଙ୍କର ଜ୍ଞାତ ସାରରେ ଦୁର୍ନୀତି ହୋଇଛି । ବର୍ତ୍ତମାନର ସମବାୟ ମନ୍ତ୍ରୀ ତୁଣ୍ଡ ଖୋଲୁନାହାନ୍ତି ବୋଲି କହିଛନ୍ତି ପୂର୍ବତନ ସମବାୟ ମନ୍ତ୍ରୀ । ପୁରା ଘଟଣାରେ ଏରସମା ବ୍ରାଞ୍ଚ ମ୍ୟାନେଜର, ସୋସାଇଟି ଆସିଷ୍ଟାଣ୍ଡ ସେକ୍ରେଟେରୀ ସଂପୃକ୍ତ ବୋଲି କହିଛନ୍ତି ଦାମ । ଦୁର୍ନୀତିର ଚେର ବହୁତ ଲମ୍ବା । ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ଦାମ ରାଉତ । ଖାଲି ଚାଷୀଙ୍କ ନାଁରେ ରୁଣ ହେଉଛି ତାହା ନୁହେଁ କୃଷକଙ୍କ ଧାନ ମଧ୍ୟ ଉଠିପାରୁନଥିବା ଅଭିଯୋଗ ହୋଇଛି ।

ପ୍ରତିଦିନ ଏଭଳି ଖବର ସାମ୍ନାକୁ ଆସୁଛି । ସରକାର ଏ ଦିଗରେ ଧ୍ୟାନ ଦେବା ଦରକାର । ସମବାୟ ଦୁର୍ନୀତିରେ ମନ୍ତ୍ରୀ ସିଧାସଳଖ ଦାୟୀ ବୋଲି କହିଛି ବିଜେପି । ସାରା ରାଜ୍ୟରେ ଚାଲିଛି ସମବାୟ ଦୁର୍ନୀତି । ଚାଷୀଙ୍କ ସହ ପ୍ରତାରଣ ହେଉଛି । ଏଥିରେ ମନ୍ତ୍ରୀଙ୍କ ନାଁ ଯୋଡ଼ି ହୋଇଥିବା ବେଳେ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ