Masthead

ମିଳିଲାନି ରାଧାପାଦ ଦର୍ଶନ

ସତ୍ୟବାଦୀ/ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ । ଏହି ପବିତ୍ର ତିଥି ଲୋମୁଖରେ ଅଁଳାନବମୀ ଭାବେ ଖ୍ୟାତ । ପୁଣ୍ୟ କାର୍ତ୍ତିକରେ ମାସ ତମାମ ପୂଜାର୍ଚ୍ଚନା କରୁଛନ୍ତି ଲୋକେ । ବର୍ଷସାରା ମା’ ଶ୍ରୀରାଧାଙ୍କ ପାଦ ଲୁଗାରେ ଘୋଡ଼ାଇ ହୋଇ ରହିଥାଏ । କାର୍ତ୍ତିକ ମାସ ଅଁଳାନବମୀ ତିଥିରେ ମା’ଙ୍କ ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଭକ୍ତ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଲାଗି ରାଧାପାଦ ଦର୍ଶନ କରିବାର ସୁଯୋଗ ପାଇନାହାନ୍ତି ଭକ୍ତ ।

ଶଙ୍ଖ, ହରିବୋଲ ଓ ହୁଳହୁଳି ଧ୍ୱନିରୁ ବଞ୍ଚିତ ହୋଇଛି ସାକ୍ଷୀଗୋପାଳର ଗୋପୀନାଥଜିଉ ମନ୍ଦିର । ଏହି ସମୟରେ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଆଜି ଭକ୍ତ ଶୂନ୍ୟ ହୋଇ ପଡିଛି ସିଂହଦ୍ୱାର।

ଅବୁଝା ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳ ମନ୍ଦିର ପରିସରରେ ରବିବାର ମଧ୍ୟରାତ୍ରରୁ ଲାଗୁ କରାଯାଇଛି ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ୟ୍ୟନ୍ତ ଲାଗୁ ହେଇଛି ଏହି କଟକଣା। ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ଏହା ଲାଗୁ କରାଯାଇଛି। ଅଁଳା ନବମୀ ଅବସରରେ ଜନସମାଗମ ନହେବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। ଏହାସହ ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବୋଲି ସୂଚନା ମିଳିଛି। ସେପଟେ ଅସ୍ତରଙ୍ଗରେ ମଧ୍ୟ କରୋନା କଟକଣା ମଧ୍ୟରେ ପାଳିତ ହୋଇଛି ଅଁଳାନବମୀ । ନିୟମକୁ ମାନି ରାଧାପାଦ ଦର୍ଶନ କରିଛନ୍ତି ଭକ୍ତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି