Masthead

କର୍ମବୀର ରାଜ୍ୟପାଳଙ୍କୁ ସଲାମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଥା ଦେଇଥିଲେ ଜୀବନ ସାରା ସାଥୀ ହୋଇ ରହିବେ । ମାତ୍ର ଅଧା ରାସ୍ତାରୁ ହାତ ଛାଡ଼ିଦେଇ ଆରପାରିକୁ ଚାଲିଗଲେ ପତ୍ନୀ । ଭରିଦେଲେ ଆଖିରେ ଲୁହ ଆଉ ହୃଦୟରେ କୋହ । ତଥାପି କର୍ତ୍ତବ୍ୟ ଆଗରେ ଆତ୍ମସ୍ୱଜନଙ୍କ ବିୟୋଗ ତୁଚ୍ଛ ମଣିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।


କଥାରେ ଅଛି ମଣିଷ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ । କର୍ମେ ଜିଏଁ ନର କର୍ମ ଏକତାର ଜୀବନର ମାନଦଣ୍ଡ । ଏକଥାକୁ ଜୀବନରେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ମୃତ୍ୟୁ ଶଯ୍ୟାରେ ପତ୍ନୀ ଶୁଶିଳା ଦେବୀ । ଅନ୍ତେଷ୍ଟି ପାଇଁ ଚାଲିଛି ପ୍ରସ୍ତୁତି । ଆତ୍ମୀୟ ସ୍ୱଜନଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ରାଜଭବନ । ଛୁଟିଥିଲା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମବେଦନାର ସୁଅ । ଭାଙ୍ଗି ପଡିଥିଲେ ରାଜ୍ୟପାଳ । ଆଖିରୁ ବୋହୁଥିଲା ଧାର ଧାର ଲୁହ । ତଥାପି କର୍ତ୍ତବ୍ୟକୁ ସେ ଭୁଲି ନଥିଲେ । ଅଧସ୍ତନ କର୍ମଚାରୀମାନଙ୍କ ସହ ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ କରୁଥିଲେ ଆଲୋଚନା । ଏହି ଆଲୋଚନା ବ୍ୟକ୍ତି କୈନ୍ଦ୍ରିକ ନ ଥିଲା । ରାଜ୍ୟବାସୀଙ୍କ ସମୂହ ସ୍ୱାର୍ଥ ନେଇ କରିଥିଲେ ଚର୍ଚ୍ଚା ।


ପତ୍ନୀଙ୍କ ବିୟୋଗ ଜନିତ ଦୁଃଖରେ ମ୍ରିୟମାଣ ନ ହୋଇ ରାଜ୍ୟପାଳ ଯାଇଥିଲେ ତାଙ୍କ ଅଫିସକୁ । ଓଡ଼ିଶାର ୬ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ପାଇଁ ରାଜ୍ୟ ସରକାର ପଠାଇଥିବା ପ୍ରସ୍ତାବକୁ ଦେଇଥିଲେ ମଞ୍ଜୁରୀ । ଫାଇଲରେ କରିଥିଲେ ଦସ୍ତଖତ । ପ୍ରମାଣ କରିଥିଲେ କର୍ତ୍ତବ୍ୟ ହିଁ ସବୁଠାରୁ ଶ୍ରେଷ୍ଠ ।


କର୍ମବୀର ରାଜ୍ୟପାଳଙ୍କୁ ‘ବଡ଼ ଖବର’ ଜଣାଉଛି ଗଭୀର ସମବେଦନା । ଏହି କର୍ମବୀର ହିଁ ବଡ଼ ଖବରକୁ ଦେଇଥିଲେ ଆଶୀର୍ବାଦ । ଆଗକୁ ବଢ଼ିବା ପାଇଁ ତାଙ୍କ ପ୍ରେରଣା ଓ ଉତ୍ସାହକୁ ‘ବଡ଼ ଖବର’ ପାଥେୟ ନିଶ୍ଚୟ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ