Masthead

ପଛରୁ ଚଢିଗଲା ଡମ୍ପର, ୬ ମୃତ

ଓଡଗାଁ (ବଡ଼ ଖବର ବ୍ୟୁରୋ ): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ସୁଆରସାହିରେ ଆଜି ଘଟିଛି ଅଘଟଣ । ସୁଆରସାହି ଠାରୁ ହାଇସ୍କୁଲ ମଧ୍ୟରେ ଏକ ଡମ୍ପର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଚାଳକଙ୍କ ବେପରୁଆ ଗାଡି ଚାଳନାରୁ ଏପରି ଘଟିଛି । ରାସ୍ତାରେ ଚାଲି ଚାଲି ଯାଉଥିବା ଲୋକଙ୍କୁ ପଛରୁ ଜଣକ ପରେ ଜଣକୁ ଚାପି ଚାପି ଆଗକୁ ମାଡି ଚାଲିଥିଲା ଡମ୍ପର । ମୃତକଙ୍କ ମଧ୍ୟରେ ଦୁଇ ମହିଳା ଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉତ୍ତ୍ୟକ୍ତ ଲୋକେ ଡମ୍ପରକୁ ଅଟକାଇ ଥିଲେ । ଚାଳକ ଗାଡି ଛାଡି ଫେରାର ହୋଇଯାଇଛି । ପୋଲିସ ପହଂଚି ମାମଲାର ତଦନ୍ତ କରୁଛି । ନରେନ୍ଦ୍ରପୁର ସାହି ୩, ସୁଆରସାହି ୨, ଗୁଡ଼ିଆ ସାହିର ଜଣେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୩ ପୁରୁଷ, ୨ମହିଳା ଓ ଜଣେ ବାଳିକାଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରାଜେଶ ମହାପାତ୍ର (୧୭), ସୁବାସିନୀ ସାହୁ(୪୨), ସରୋଜିନୀ ସାହୁ(୩୫), ନୀଳକଣ୍ଠ ମହାପାତ୍ର (୬୫), କାଜଲ ମହାରଣା (୧୫), ପଦ୍ମଲୋଚନ ସାହୁ (୩୦)

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା