Masthead

ପଛରୁ ଚଢିଗଲା ଡମ୍ପର, ୬ ମୃତ

ଓଡଗାଁ (ବଡ଼ ଖବର ବ୍ୟୁରୋ ): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ସୁଆରସାହିରେ ଆଜି ଘଟିଛି ଅଘଟଣ । ସୁଆରସାହି ଠାରୁ ହାଇସ୍କୁଲ ମଧ୍ୟରେ ଏକ ଡମ୍ପର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଚାଳକଙ୍କ ବେପରୁଆ ଗାଡି ଚାଳନାରୁ ଏପରି ଘଟିଛି । ରାସ୍ତାରେ ଚାଲି ଚାଲି ଯାଉଥିବା ଲୋକଙ୍କୁ ପଛରୁ ଜଣକ ପରେ ଜଣକୁ ଚାପି ଚାପି ଆଗକୁ ମାଡି ଚାଲିଥିଲା ଡମ୍ପର । ମୃତକଙ୍କ ମଧ୍ୟରେ ଦୁଇ ମହିଳା ଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉତ୍ତ୍ୟକ୍ତ ଲୋକେ ଡମ୍ପରକୁ ଅଟକାଇ ଥିଲେ । ଚାଳକ ଗାଡି ଛାଡି ଫେରାର ହୋଇଯାଇଛି । ପୋଲିସ ପହଂଚି ମାମଲାର ତଦନ୍ତ କରୁଛି । ନରେନ୍ଦ୍ରପୁର ସାହି ୩, ସୁଆରସାହି ୨, ଗୁଡ଼ିଆ ସାହିର ଜଣେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୩ ପୁରୁଷ, ୨ମହିଳା ଓ ଜଣେ ବାଳିକାଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରାଜେଶ ମହାପାତ୍ର (୧୭), ସୁବାସିନୀ ସାହୁ(୪୨), ସରୋଜିନୀ ସାହୁ(୩୫), ନୀଳକଣ୍ଠ ମହାପାତ୍ର (୬୫), କାଜଲ ମହାରଣା (୧୫), ପଦ୍ମଲୋଚନ ସାହୁ (୩୦)

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ