Masthead

ଫିକା ପଡ଼ିବ ବଡ଼ଓଷା, ଶୈବ ପୀଠରେ ୧୪୪

ଆରଡ଼ି/ଆଠଗଡ଼ (ବଡ଼ ଖବର ବ୍ୟୁରୋ): କରୋନା ପ୍ରଭାବରେ ପ୍ରଭାବିତ ହୋଇଛି ପ୍ରତିଟି ଓଡ଼ିଆଙ୍କ ଦେବଦର୍ଶନ । ସବୁ କ୍ଷେତ୍ର ସ୍ୱାଭାବିକ ହେଉଥିବା ବେଳେ ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡିକ ଖୋଲୁନାହିଁ । ନୀତିକାନ୍ତି ଯଥାରୀତି ଚାଲୁଥିଲେ ମଧ୍ୟ ଭକ୍ତଙ୍କୁ ବାରଣ କରାଯାଇଛି ।

କଥାରେ ଅଛି ବାର ମାସରେ ତେର ପର୍ବ । ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ପ୍ରତିଷ୍ଠିତ ଦେବାଳୟକୁ ଭକ୍ତଙ୍କ ମନା । ଭକ୍ତମାନେ ଠାକୁରଙ୍କ ଦର୍ଶନ ନ ପାଇ ବ୍ୟାକୁଳ ହେଉଛନ୍ତି । କିନ୍ତୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଲଗାଇଛନ୍ତି କଟକଣା ।

ଏବେ ଚାଲିଛି ଧର୍ମ ମାସ କାର୍ତ୍ତିକ । ଏହି ମାସରେ ଅନୁଷ୍ଠିତ ହୁଏ ବଡ଼ଓଷା । ଭକ୍ତି ଓ ନିଷ୍ଠାର ସହ ବ୍ରତଧାରୀମାନେ ଏହି ଓଷା ପାଳନ କରିଥାନ୍ତି । ଶୈବପୀଠ ଗୁଡ଼ିକରେ ପ୍ରବଳ ଜନସମାଗମ ହୋଇଥାଏ । କିନ୍ତୁ ଚଳିତବର୍ଷ ଠାକୁରଙ୍କୁ ଦର୍ଶନ ନ କରି ଭକ୍ତ ପାଳିବେ ଓଷା ।

ଭଦ୍ରକ ଜିଲ୍ଲାର ଆରଡ଼ିରେ ଥିବା ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣୀଙ୍କ ଦର୍ଶନ ପାଇଁ ଭକ୍ତ ପାଗଳ । ବଡ଼ଓଷା ଅବସରରେ ଏଠାରେ ଜାରି ହୋଇଛି ୧୪୪ ଧାରା । ସେହିପରି କଟକ ଜିଲ୍ଲାର କଖଡ଼ି ନିକଟସ୍ଥ ମହାନଦୀ ବକ୍ଷରେ ପୂଜା ପାଇ ଆସୁଥିବା ପ୍ରଖ୍ୟାତ ଶୈବପୀଠ ଧବଳେଶ୍ୱରରେ ମଧ୍ୟ ଜାରି ହୋଇଛି ୧୪୪ ଧାରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ