Masthead

ଫିକା ପଡ଼ିବ ବଡ଼ଓଷା, ଶୈବ ପୀଠରେ ୧୪୪

ଆରଡ଼ି/ଆଠଗଡ଼ (ବଡ଼ ଖବର ବ୍ୟୁରୋ): କରୋନା ପ୍ରଭାବରେ ପ୍ରଭାବିତ ହୋଇଛି ପ୍ରତିଟି ଓଡ଼ିଆଙ୍କ ଦେବଦର୍ଶନ । ସବୁ କ୍ଷେତ୍ର ସ୍ୱାଭାବିକ ହେଉଥିବା ବେଳେ ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡିକ ଖୋଲୁନାହିଁ । ନୀତିକାନ୍ତି ଯଥାରୀତି ଚାଲୁଥିଲେ ମଧ୍ୟ ଭକ୍ତଙ୍କୁ ବାରଣ କରାଯାଇଛି ।

କଥାରେ ଅଛି ବାର ମାସରେ ତେର ପର୍ବ । ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ପ୍ରତିଷ୍ଠିତ ଦେବାଳୟକୁ ଭକ୍ତଙ୍କ ମନା । ଭକ୍ତମାନେ ଠାକୁରଙ୍କ ଦର୍ଶନ ନ ପାଇ ବ୍ୟାକୁଳ ହେଉଛନ୍ତି । କିନ୍ତୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଲଗାଇଛନ୍ତି କଟକଣା ।

ଏବେ ଚାଲିଛି ଧର୍ମ ମାସ କାର୍ତ୍ତିକ । ଏହି ମାସରେ ଅନୁଷ୍ଠିତ ହୁଏ ବଡ଼ଓଷା । ଭକ୍ତି ଓ ନିଷ୍ଠାର ସହ ବ୍ରତଧାରୀମାନେ ଏହି ଓଷା ପାଳନ କରିଥାନ୍ତି । ଶୈବପୀଠ ଗୁଡ଼ିକରେ ପ୍ରବଳ ଜନସମାଗମ ହୋଇଥାଏ । କିନ୍ତୁ ଚଳିତବର୍ଷ ଠାକୁରଙ୍କୁ ଦର୍ଶନ ନ କରି ଭକ୍ତ ପାଳିବେ ଓଷା ।

ଭଦ୍ରକ ଜିଲ୍ଲାର ଆରଡ଼ିରେ ଥିବା ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣୀଙ୍କ ଦର୍ଶନ ପାଇଁ ଭକ୍ତ ପାଗଳ । ବଡ଼ଓଷା ଅବସରରେ ଏଠାରେ ଜାରି ହୋଇଛି ୧୪୪ ଧାରା । ସେହିପରି କଟକ ଜିଲ୍ଲାର କଖଡ଼ି ନିକଟସ୍ଥ ମହାନଦୀ ବକ୍ଷରେ ପୂଜା ପାଇ ଆସୁଥିବା ପ୍ରଖ୍ୟାତ ଶୈବପୀଠ ଧବଳେଶ୍ୱରରେ ମଧ୍ୟ ଜାରି ହୋଇଛି ୧୪୪ ଧାରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ