ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅତୀତର ନୌବାଣିଜ୍ୟକୁମାନସପଟ୍ଟରେ ସାଇତି ରଖିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଓ ପୋଖରୀରେ ଦଳ ଦଳ ହୋଇ ଲୋକେ ଭସାଇଥାନ୍ତି ଡଙ୍ଗା । ଏହା କାଗଜ, ସୋଲ କିମ୍ବା କଦଳୀ ପଟୁକାରେ ହେଲେ ମଧ୍ୟ ଚଳିତ ବର୍ଷ ଜାରି ହୋଇଛି କଟକଣା ।

କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗୋଟିଏ ସ୍ଥାନରେ ବହୁ ଲୋକଙ୍କ ସମାଗମକୁ ନିଷେଧ କରାଯାଇଛି ।

ଏକଦା କାର୍ତ୍ତିକ ପୂର୍ଣ୍ଣିମାରେ ସାଧବ ପୁଅମାନେ ସୁଦୂର ବାଲି, ସୁମାତ୍ରାକୁ ବାଣିଜ୍ୟ ପାଇଁ ଯାଉଥିଲେ । ସାଧବ ଘରର କୂଳ ବଧୂମାନେ ଏମାନଙ୍କୁ ଦେଉଥିଲେ ବିଦାୟ । ଏହି ପରମ୍ପରାକୁ ଅମଳିନ ରଖିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଓ ପୁଷ୍କରିଣୀରେ ଲୋକେ ଡଙ୍ଗା ଭସାନ୍ତି । କରୋନା କଟକଣାକୁ ନଜରରେ ରଖି ଏହା ଉପରେ ରାଜ୍ୟ ସ୍ୱତନ୍ତ୍ର କମିଶନର କଟକଣା ଲାଗୁ କରିଛନ୍ତି । କେବଳ ଡଙ୍ଗା ଭସା ନୁହେଁ କାର୍ତ୍ତିକ ପୂଣ୍ଣିମାରେ ସମୁହ ସ୍ନାନ ଉପରେ ଲାଗିଛି ସରକାରୀ ଅଙ୍କୁଶ । ନିୟମ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *