Masthead

ଭୀମ ଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ପ୍ରକାଶିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହିମାଧର୍ମର ପ୍ରସିଦ୍ଧ କବି ଭୀମ ଭୋଇଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ପୁସ୍ତକ ପ୍ରକାଶ ପାଇଛି। ବହିଟିକୁ ମହିମାଧର୍ମ ଗବେଷକ ତଥା ଅବସରପ୍ରାପ୍ତ ଇଂରାଜୀ ଭାଷା ସାହିତ୍ୟ ବିଭାଗର ପ୍ରଫେସର ଡ. ସତ୍ୟାନନ୍ଦ ସ୍ୱାଇଁ ଲେଖିଛନ୍ତି। ନ୍ୟାନସାଲ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ ତରଫରୁ ଏହା ପ୍ରକାଶ ପାଇଛି। ୩୧୨ପୃଷ୍ଠାର ଏହି ପୁସ୍ତକକୁ ମହିମାଗାଦି ମନ୍ଦିରରେ ମହିମା ସ୍ୱମୀଙ୍କ ନିକଟରେ ସମର୍ପଣ କରାଯାଇଛି। ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଏହି ପୁସ୍ତକକୁ ନିଜେ ଲେଖକ ମହିମାଗାଦିକୁ ଆସି ସନ୍ୟାସୀ ପବିତ୍ର ମୋହନ ବାବା, ନିତ୍ୟାନନ୍ଦ ବାବା, ପ୍ରସନ୍ନ ବାବା, ପ୍ରଭାସ ବାବାଙ୍କ ଉପସ୍ଥିତିରେ ଗାଦିମନ୍ଦିରରେ ଲୋକାର୍ପିତ କରିଥିଲେ।

ଏହି ପୁସ୍ତକ ୧୮ତାରିଖରେ ଗାଦିମନ୍ଦିରରେ ସମର୍ପଣ ପରେ ୧୯ତାରିଖରେ ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରଠାରେ ସଂସ୍କତି ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନା ହୋଇଥିଲା।

ପୂର୍ବରୁ ଲେଖକ ଡ.ସ୍ୱାଇଁ ସନ୍ଥ କବି ଭୀମ ଭୋଇଙ୍କ ଲେଖା ‘ସ୍ତୁତି ଚିନ୍ତାମଣି’ ଓ ‘ବ୍ରହ୍ମ ନିରୂପଣ ଗୀତା’ ଉପରେ ଗବେଷଣାତ୍ମକ ପୁସ୍ତକ ‘ଜଗତ ଉଦ୍ଧାର ହେଉ’ ରଚନା କରିଥିଲେ। ଉକ୍ତ ଅନୁବାଦ ପୁସ୍ତକକୁ ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ ପ୍ରଭୁ ମହିମା ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରି ଉନ୍ମୋଚନା କରାଯାଇଥିଲା।

ତେବେ ଏହି ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ପୁସ୍ତକଟି ଆନ୍ତର୍ଜାତୀୟସ୍ତରରେ ମହିମା ଧର୍ମ ଏବଂ କବି ଭୀମ ଭୋଇଙ୍କୁ ପରିଚିତ କରାଇବାରେ ସହାୟକ ହେବ ବୋଲି ସତ୍ୟ ମହିମାଧର୍ମଧାମ ପରିଚାଳନା ସମିତିର ସମ୍ପାଦକ ନିତ୍ୟାନନ୍ଦ ବାବା କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ