Masthead

ଔଷଧ ଦୋକନୀଙ୍କୁ ମରଣାନ୍ତକ ଆକ୍ରମଣ

ସୋର (ବଡ଼ ଖବର ବ୍ୟୁରୋ): ଔଷଧ ଦୋକନୀଙ୍କୁ ମାରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆକୋଇଲି ଅଞ୍ଚଳରୁ ଆସିଛି ଏଭଳି ଘଟଣା । ସୋର ପୌରପାଳିକା କାର୍ଯ୍ୟାଳୟ ଆଗରେ ନରେନ୍ଦ୍ର ଦାଶଙ୍କ ଆୟୁର୍ବେଦିକ ଔଷଧ ଦୋକାନ ରହିଛି । ମଙ୍ଗଳବାର ସନ୍ଧ୍ୟାରେ ଦୋକାନ ବନ୍ଦ କରି ନରେନ୍ଦ୍ର ଘରକୁ ଫେରୁଥିବା ବେଳେ କୋଚିଆକୋଇଲି ପଡ଼ିଆ ନିକଟରେ ତିନିଜଣ ଯୁବକ ତାଙ୍କୁ ଅଟକାଇଥିଲେ । ସେ ରହିବା ପରେ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତମାନେ । ନରେନ୍ଦ୍ର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ ।

ନରେନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୌଡି ଆସିବାରୁ ଡକାୟତ ମାନେ ଖସିଯିବାକୁ ଉଦ୍ୟମ କରୁଥିଲେ । ସ୍ଥାନୀୟ ଲୋକ ଜଣକୁ କାବୁ କରି ନେଇଥିଲେ । ଦୁର୍ବୃତ୍ତର ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ ଲୋକେ। ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରିଥିଲା । ଅଭିଯୁକ୍ତକୁ ପଚରା ଉଚରା କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ