Masthead

ରୋହିତ-ଇଶାନ୍ତଙ୍କୁ ନେଇ ଦ୍ୱନ୍ଦ

ଭୁବନେଶ୍ୱର ( ବଡ଼ ଖବର) : ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଛି ବହୁ ପ୍ରତିକ୍ଷିତ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍ । ପ୍ରଥମେ ଦିନିକିଆ ଓ ପରେ ଟି-୨୦ ମ୍ୟାଚ୍ । ଏହାପରେ ଡିସେମ୍ବର-୧୭ରୁ ଆରମ୍ଭ ହେବ ଟେଷ୍ଟ ସିରିଜ । ଓପନର ରୋହିତ ଶର୍ମା ଓ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଟେଷ୍ଟ ଖେଳିବାକୁ ନେଇ ଦ୍ୱନ୍ଦ ଲାଗିରହିଛି । ଟେଷ୍ଟ ଶୃଙ୍ଖଳା ପାଇଁ ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ଉଭୟ ଦଳ ସହ ଯୋଗଦେଇ ପାରିନାହାନ୍ତି । ଫିଟନେସ କାରଣକୁ ନେଇ ଦୁହେଁ ବାଙ୍ଗାଲୁର କ୍ରିକେଟ୍ ଆକାଡେମୀର ପ୍ରକ୍ରିୟାରେ ରହିଥିଲେ ।

ଏବେ କିନ୍ତୁ ଉଭୟ ଖେଳାଳି ଫିଟ୍ ଥିବା କୁହାଯାଇଛି । ରୋହିତ ଓ ଇଶାନ୍ତଙ୍କ ଖେଳିବାକୁ ନେଇ ଚିନ୍ତାରେ ପଡିଛି ବିସିସିଆଇ । ରୋହିତ ଓ ଇଶାନ୍ତଙ୍କ ଟେଷ୍ଟ ସିରିଜରେ ଅଂଶଗ୍ରହଣକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ସହ ଆଲୋଚନା ଆରମ୍ଭ କରିଛି ବିସିସିଆଇ । ଖେଳାଳୀଙ୍କ କ୍ୱାରେନଟାଂଇନ ନିୟମରେ କୋହଳ କରିବାକୁ ଅନୁରୋଧ କରିଛି ବିସିସିଆଇ । ଫଳରେ ରୋହିତ ଓ ଇଶାନ୍ତଙ୍କ ଟେଷ୍ଟ ସିରିଜରେ ଅଂଶଗ୍ରହଣ କରିବାର ଆଶା ଜନ୍ମିଛି । ଯଦି କ୍ୱାରେନଟାଇନ୍ ନିୟମକୁ କୋହଳ କରାଯାଏ ତେବେ ରୋହିତ ଓ ଇଶାନ୍ତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଯୋଗ ହେଇପାରିବେ ।

ଅନ୍ୟପଟେ ଭାରତୀୟ କ୍ରିକେଟ୍ ମୁଖ୍ୟକୋଚ୍ ରବିଶାସ୍ତ୍ରୀ କହିଛନ୍ତି, ଯଦି ରୋହିତ ଏବଂ ଇଶାନ୍ତ ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ଆସନ୍ତି ତେବେ ଟେଷ୍ଟ ସିରିଜରେ ଭାଗ ନେଇପାରିବେ, ଅନ୍ୟଥା ଦଳରେ ଯୋଗଦେବା ଦୁହିଁଙ୍କ ପାଇଁ ମୁସ୍କିଲ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ