Masthead

ରୋହିତ-ଇଶାନ୍ତଙ୍କୁ ନେଇ ଦ୍ୱନ୍ଦ

ଭୁବନେଶ୍ୱର ( ବଡ଼ ଖବର) : ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଛି ବହୁ ପ୍ରତିକ୍ଷିତ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍ । ପ୍ରଥମେ ଦିନିକିଆ ଓ ପରେ ଟି-୨୦ ମ୍ୟାଚ୍ । ଏହାପରେ ଡିସେମ୍ବର-୧୭ରୁ ଆରମ୍ଭ ହେବ ଟେଷ୍ଟ ସିରିଜ । ଓପନର ରୋହିତ ଶର୍ମା ଓ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଟେଷ୍ଟ ଖେଳିବାକୁ ନେଇ ଦ୍ୱନ୍ଦ ଲାଗିରହିଛି । ଟେଷ୍ଟ ଶୃଙ୍ଖଳା ପାଇଁ ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ଉଭୟ ଦଳ ସହ ଯୋଗଦେଇ ପାରିନାହାନ୍ତି । ଫିଟନେସ କାରଣକୁ ନେଇ ଦୁହେଁ ବାଙ୍ଗାଲୁର କ୍ରିକେଟ୍ ଆକାଡେମୀର ପ୍ରକ୍ରିୟାରେ ରହିଥିଲେ ।

ଏବେ କିନ୍ତୁ ଉଭୟ ଖେଳାଳି ଫିଟ୍ ଥିବା କୁହାଯାଇଛି । ରୋହିତ ଓ ଇଶାନ୍ତଙ୍କ ଖେଳିବାକୁ ନେଇ ଚିନ୍ତାରେ ପଡିଛି ବିସିସିଆଇ । ରୋହିତ ଓ ଇଶାନ୍ତଙ୍କ ଟେଷ୍ଟ ସିରିଜରେ ଅଂଶଗ୍ରହଣକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ସହ ଆଲୋଚନା ଆରମ୍ଭ କରିଛି ବିସିସିଆଇ । ଖେଳାଳୀଙ୍କ କ୍ୱାରେନଟାଂଇନ ନିୟମରେ କୋହଳ କରିବାକୁ ଅନୁରୋଧ କରିଛି ବିସିସିଆଇ । ଫଳରେ ରୋହିତ ଓ ଇଶାନ୍ତଙ୍କ ଟେଷ୍ଟ ସିରିଜରେ ଅଂଶଗ୍ରହଣ କରିବାର ଆଶା ଜନ୍ମିଛି । ଯଦି କ୍ୱାରେନଟାଇନ୍ ନିୟମକୁ କୋହଳ କରାଯାଏ ତେବେ ରୋହିତ ଓ ଇଶାନ୍ତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଯୋଗ ହେଇପାରିବେ ।

ଅନ୍ୟପଟେ ଭାରତୀୟ କ୍ରିକେଟ୍ ମୁଖ୍ୟକୋଚ୍ ରବିଶାସ୍ତ୍ରୀ କହିଛନ୍ତି, ଯଦି ରୋହିତ ଏବଂ ଇଶାନ୍ତ ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ଆସନ୍ତି ତେବେ ଟେଷ୍ଟ ସିରିଜରେ ଭାଗ ନେଇପାରିବେ, ଅନ୍ୟଥା ଦଳରେ ଯୋଗଦେବା ଦୁହିଁଙ୍କ ପାଇଁ ମୁସ୍କିଲ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ