Masthead

ନିୟମଗିରିରେ ମାଓବ୍ୟାନର

ରାୟଗଡା(ବଡ଼ ଖବର ବ୍ୟୁରୋ): ନିୟମଗିରି ପାର୍ବତ୍ୟମାଳାର ପାରସାଲିଠାରେ ଆଜି ସକାଳୁ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ଡିସେମ୍ବର ୨ରୁ ୮ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ସହିଦ ସପ୍ତାହ ପାଳନ କରିବାକୁ ପୋଷ୍ଟର ଓ ବ୍ୟାନରରେ ଆହ୍ୱାନ ଦିଆଯାଇଛି । ୨ଜଣ ଠିକାଦାରଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଚେତାବନୀ ମଧ୍ୟ ଦିଆଯାଇଛି । ବ୍ୟାନର ଓ ପୋଷ୍ଟର ସିପିଆଇ ମାଓବାଦୀ ସଙ୍ଗଠନର ବାସଧାରା-ଘୁମସର-ନାଗାବଳୀ ଡିଭିଜନର ନାମ ଉଲ୍ଲେଖ ରହିଛି । ନିୟମଗିରି ଅଞ୍ଚଳରେ ଦୁଇଟି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ପାରସାଲି ଠାରୁ ସାରିଝୋଲା ଓ ବୁଡୁଣି ଠାରୁ ଗୁମ୍ମା । ଏହି ୨ ରାସ୍ତାକାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ।

ଦଲାଲିଗିରି କରୁଥିବା ଦୁଇଜଣ ଦଲାଲଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଛନ୍ତି ମାଓବାଦୀ । ବିଦେଶୀ କମ୍ପାନୀ ସ୍ୱାର୍ଥ ପାଇଁ ନିୟମଗିରି ଅଞ୍ଚଳରେ ରାସ୍ତା କରାଯାଉଛି । ଅଞ୍ଚଳବାସୀଙ୍କ ବିନା ମତାମତରେ ରାସ୍ତା କରିବା କାରଣ କ’ଣ ବୋଲି ପ୍ରଶ୍ନ କରାଯାଇଛି । ଆସନ୍ତା ଡ଼ିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍ ଜିଏଲ୍ ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି । ଜନହିତକର କାର୍ଯ୍ୟକ୍ରମ ମାଓବାଦୀମାନେ ବିରୋଧ କରୁଛନ୍ତି । ପାହାଡ଼ ଭିତରେ ସୁରକ୍ଷା ପାଇଁ କ୍ୟାମ୍ପ ନିର୍ମାଣ କରାଯାଇଛି । ମାଓବାଦୀଙ୍କ ଗତିବିଧି ଠପ ହୋଇଯାଇଛି । ଏଣୁ ଲୋକଙ୍କୁ ଭୟଭୀତ କରିବା ପାଇଁ ଏହା ଚକ୍ରାନ୍ତ । ପୋଲିସର ସର୍ଚ୍ଚ ଅପରେସନ ଚାଲିଛି ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ଏସପି ଶର୍ବଣା ବିବେକ ଏମ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି