Masthead

ନିୟମଗିରିରେ ମାଓବ୍ୟାନର

ରାୟଗଡା(ବଡ଼ ଖବର ବ୍ୟୁରୋ): ନିୟମଗିରି ପାର୍ବତ୍ୟମାଳାର ପାରସାଲିଠାରେ ଆଜି ସକାଳୁ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ଡିସେମ୍ବର ୨ରୁ ୮ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ସହିଦ ସପ୍ତାହ ପାଳନ କରିବାକୁ ପୋଷ୍ଟର ଓ ବ୍ୟାନରରେ ଆହ୍ୱାନ ଦିଆଯାଇଛି । ୨ଜଣ ଠିକାଦାରଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଚେତାବନୀ ମଧ୍ୟ ଦିଆଯାଇଛି । ବ୍ୟାନର ଓ ପୋଷ୍ଟର ସିପିଆଇ ମାଓବାଦୀ ସଙ୍ଗଠନର ବାସଧାରା-ଘୁମସର-ନାଗାବଳୀ ଡିଭିଜନର ନାମ ଉଲ୍ଲେଖ ରହିଛି । ନିୟମଗିରି ଅଞ୍ଚଳରେ ଦୁଇଟି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ପାରସାଲି ଠାରୁ ସାରିଝୋଲା ଓ ବୁଡୁଣି ଠାରୁ ଗୁମ୍ମା । ଏହି ୨ ରାସ୍ତାକାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ।

ଦଲାଲିଗିରି କରୁଥିବା ଦୁଇଜଣ ଦଲାଲଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଛନ୍ତି ମାଓବାଦୀ । ବିଦେଶୀ କମ୍ପାନୀ ସ୍ୱାର୍ଥ ପାଇଁ ନିୟମଗିରି ଅଞ୍ଚଳରେ ରାସ୍ତା କରାଯାଉଛି । ଅଞ୍ଚଳବାସୀଙ୍କ ବିନା ମତାମତରେ ରାସ୍ତା କରିବା କାରଣ କ’ଣ ବୋଲି ପ୍ରଶ୍ନ କରାଯାଇଛି । ଆସନ୍ତା ଡ଼ିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍ ଜିଏଲ୍ ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି । ଜନହିତକର କାର୍ଯ୍ୟକ୍ରମ ମାଓବାଦୀମାନେ ବିରୋଧ କରୁଛନ୍ତି । ପାହାଡ଼ ଭିତରେ ସୁରକ୍ଷା ପାଇଁ କ୍ୟାମ୍ପ ନିର୍ମାଣ କରାଯାଇଛି । ମାଓବାଦୀଙ୍କ ଗତିବିଧି ଠପ ହୋଇଯାଇଛି । ଏଣୁ ଲୋକଙ୍କୁ ଭୟଭୀତ କରିବା ପାଇଁ ଏହା ଚକ୍ରାନ୍ତ । ପୋଲିସର ସର୍ଚ୍ଚ ଅପରେସନ ଚାଲିଛି ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ଏସପି ଶର୍ବଣା ବିବେକ ଏମ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ