Masthead

ନ୍ୟାୟ ଖୋଜୁଛି ପରୀ ପରେ ପିହୁ

ବିଞ୍ଝାରପୁର(ବଡ଼ ଖବର ବ୍ୟୁରୋ): ନୟାଗଡ଼ର କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ହଲଚଲ ସୃଷ୍ଟି କରିଛି । ହତ୍ୟାକାରୀ କିଏ ତାର ସୁରାଗ ପାଉନି ପୋଲିସ । ଏହି ଲୋମହର୍ଷଣକାରୀ ଘଟଣା ମାନସପଟରୁ ଲିିଭିନଥିବା ବେଳେ ଆଉ ଏକ ଲୋମଟାଙ୍କୁରା ଘଟଣା ଯାଜପୁର ଜିଲ୍ଲାରୁ ଆସିଛି । ୨ବର୍ଷର କୁନି ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଏବ ହୋଇଯାଇଛି । ତାକୁ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି । ୪ ମାସ ବିତିଗଲାଣି ହେଲେ ପୋଲିସ ତାର ଖବର ପାଉନାହିଁ । ପୋଲିସ କେବଳ ମାମଲା ରୁୁଜୁ କରି ଚୂୂପ ବସିଥିବା ଅଭିଯୋଗ ହୋଇଛି । ବିଞ୍ଝାରପୁର ଥାନା ମଧୁସୂଦନ ଗାଁ ଲକ୍ଷ୍ମଣ ନାୟକ । ତାଙ୍କ ଦୁଇ ବର୍ଷର କୁନି ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ ପିହୁ ଗତ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିଲେ । ଆଉ ତାଙ୍କ ପତ୍ନୀ ଘର କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ପିହୁ କୁଆଡେ ଗାଏବ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲା ବେତେ ପିହୁର ଖବର ମିଳିନଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପିହୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ଜଣେ ବ୍ୟକ୍ତି ବାଇକରେ ଆସି ଗାମୁଛାରେ ବାନ୍ଧି ତାଙ୍କୁ ନେଇଯାଇଥିଲେ । ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରଜୁ କରି ଚୂପ୍ ବସିଛି । ପୋଲିସ ପିହୁକୁ ଖୋଜୁନଥିବା ଅଭିଯୋଗ ହୋଇଛି । ସେପଟେ ଝିଅର ବାପା ବେଙ୍ଗାଲୁରରୁ ଆସି ସଙ୍ଗରୋଧରେ ଥିବାରୁ ଝିଅକୁ ଖୋଜି ପାଇନଥିଲେ । ପିହୁ ନିଖୋଜ ହେବାର ୫ ମାସ ବିତିଗଲାଣି । ହେଲେ ପୋଲିସ ତାର କୌଣସି ଖବର ପାଉନାହିଁ । ଆଜି ପିହୁ ସମ୍ପର୍କରେ ବୁଝିବାକୁ ଜିଲ୍ଲା ସୁରକ୍ଷା ଶିଶୁ ସୁରକ୍ଷା ଅଧିକାରୀ ମଧୁସୂଦନପୁର ଗାଁରେ ପହଂଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ପୋଲିସ ଏ ସମ୍ପକୟରେ କିଛି କହିବାକୁ ମନା କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର