Masthead

ମୁମ୍ବାଇ ଆକ୍ରମଣର ବ୍ଲୁ ପ୍ରିଣ୍ଟ କେମିତି ଥିଲା ଜାଣନ୍ତୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୬/୧୧ ଆକ୍ରମଣ କଥା ସାମ୍ନାକୁ ଆସିଲେ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ । କିପରି ଆତଙ୍କବାଦୀମାନେ ଏତେ ବଡ଼ ଯୋଜନାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ, ସଫଳତା ହାସଲ କଲେ, ଭାରତୀୟ ଗୁଇନ୍ଦା ବିଭାଗ କିପରି ଜାଣିପାରିଲା ନାହିଁ । କିପରି ଆତଙ୍କବାଦୀ କରାଚିରୁ ମୁମ୍ବାଇ ସମୁଦ୍ରପଥରେ ଆସିଲେ, ବାଟରେ ଭାରତୀୟ ନୌସେନା କିମ୍ବା କୋଷ୍ଟଗାର୍ଡ କେହି ବି ସୁରାକ ପାଇଲେ ନାହିଁ, କିପରି ଆତଙ୍କବାଦୀ ଟାର୍ଗେଟ ପୂରଣ କଲେ ଆସନ୍ତୁ ଜାଣିବା ।

୨୬ ନଭେମ୍ବରରେ ୨୦୦୮ ମୁମ୍ବାଇରେ ଆକ୍ରମଣର ପୂରା ପ୍ଲାନ ଆରମ୍ଭ ହୁଏ ୨୦୦୬ରୁ । ଡେଭିଡ୍ ହେଡଲୀ ନାମକ ଜଣେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇଏସ ପାଇଁ କାମ କରିଥାଏ । ସେ ଏବେ ଆମେରିକା ଜେଲରେ ଅଛି । ଲସ୍କର-ଇ-ତୋଇବା ହେଡଲିକୁ ଭାରତ ବିଷୟରେ ଅଧିକ ଜାଣିବା ପାଇଁ ନିୟୋଜିତ କରିଥିଲା । ସେ ପୂର୍ବରୁ ବହୁବାର ମୁମ୍ବାଇ ଆସିଛି । ମୁମ୍ବାଇର ନକ୍ସା ଲସ୍କରକୁ ଦେଇଥିଲା । ଏମିତି କି ମୁମ୍ବାଇର ତାଜ୍ ହୋଟେଲରେ ରହିଥିଲା । ତାଜ ହୋଟେଲର ପୂରା ନକ୍ସା ଆତଙ୍କୀ ସଂଗଠନକୁ ଦେଉଥିଲା ।

୧୯୯୩ ସିରିଜ୍ ବ୍ଲାଷ୍ଟ ପୂର୍ବରୁ ମୁମ୍ବାଇରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଛି । ମୁମ୍ବାଇରେ ଆକ୍ରମଣ ପଛରେ କାରଣ କହୁଛୁ । ମୁମ୍ବାଇ ହେଉଛି ଭାରତର ଅର୍ଥନୈତିକ ରାଜଧାନୀ । ବଲିଉଡ ମଧ୍ୟ ମୁମ୍ବାଇରେ ଅବସ୍ଥିତ । ସେଥିପାଇଁ ଆତଙ୍କବାଦଙ୍କ ଟାର୍ଗେଟରେ ସବୁ ସମୟରେ ମୁମ୍ବାଇ ଥାଏ । ଏଥିପାଇଁ ମୁମ୍ବାଇରେ ଆଉ ଏକ ବଡ଼ ଆକ୍ରମଣ କରିବାକୁ ଯୋଜନା କରୁଥିଲା ହାପିଜ ସୟିଦ । ଡେଭିଡ ହେଡଲୀ ମଧ୍ୟ ହାପିଜ ସୟିଦକୁ ମୁମ୍ବାଇର ସମସ୍ତ ନକ୍ସା ପ୍ରଦାନ କରିଥିଲା । ଏହା ପରେ ଏହି ଆକ୍ରମଣର ପୂରା ଦାୟିତ୍ୱ ହାପିଜ ସୟିଦ ୪ ଜଣଙ୍କୁ ପ୍ରଦାନ କରିଥିଲା । ସେମାନେ ହେଲେ ଜକିୟ୍ୟୁର ରେହମନ ଲକ୍ଷବ ଓରଫ ଚାଚା, ଜରାର ସାହେବ, ଆବୁ ବଫା ଓ ଆବୁ ହମାଜା । ଏହି ୪ଜଣଙ୍କୁ ପୂରା ଅପରେସନର ଦାୟିତ୍ୱ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ