Masthead

୨୬/୧୧: କିପରି ହୋଇଥିଲା ଆତଙ୍କବାଦୀ ଚୟନ ଓ ଟ୍ରେନିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୬/୧୧ ମୁମ୍ବାଇ ଆକ୍ରମଣକୁ ସଫଳତା ସହ କରିବାକୁ ହେଲେ ମୁଖ୍ୟ ଚ୍ୟାଲେଞ୍ଜ ଥିଲା ଆତଙ୍କବାଦୀ ଚୟନ । କେଉଁମାନଙ୍କୁ ଏହି ମିଶନରେ ସାମିଲ କରାଯିବ । ଆତଙ୍କବାଦୀଙ୍କୁ ଚିହ୍ନଟ ପାଇଁ ହାପିଜ ସୟିଦ ଜକିୟ୍ୟୁର ରେହମନ ଲକ୍ଷବ ଓ ଜରାର ସାହେବକୁ ଦାୟିତ୍ୱ ଦେଇଥାଏ । ଏହି ଦୁଇଜଣ ପାକିସ୍ତାନର ୩୨ଟି ସହରରୁ ୩୨ଜଣ ଯୁବକଙ୍କୁ ଚୟନ କରିଥାନ୍ତି । ଯେଉଁମାନେ ଦୁଷ୍ଟ, ଘରୁ ବାହାରି ପଳାଇ ଆସିଥାନ୍ତି କିମ୍ବା ଘରଲୋକ ସେମାନଙ୍କୁ ବାହାର କରିଦେଇଥିବେ, ବାହାଘର ହୋଇନଥିବ ଓ ଅଧିକ ପାଠ ପଢ଼ିନଥିବେ । ସେହିପରି ଯୁବକମାନଙ୍କୁ ଚୟନ କରନ୍ତି । କାହିଁକି ନା ଏହି ସବୁ ବର୍ଗର ଯୁବକମାନଙ୍କ ବ୍ରେନ ୱାସ କରିବା ସହଜ ହୋଇଥାଏ । ଏମାନଙ୍କୁ କାଶ୍ମୀର, ଜିହାଦ ଓ ଇସଲାମ ନାମରେ ବ୍ରେନ ୱାସ କରିବା ସହଜ ହୁଏ ।

ମାନଙ୍କୁ ପ୍ରଥମେ କାଶ୍ମୀର ଆର୍ମି ଭାବରେ କୁହାଯାଏ । କାଶ୍ମୀରକୁ ଭାରତଠାରୁ ସ୍ୱାଧୀନ କରିବାକୁ ତାଙ୍କୁ ପ୍ରଥମେ କୁହାଯାଇଥିଲା । ଆଲ୍ଲା ସେମାନଙ୍କୁ ଚୟନ କରିଛନ୍ତି ଏହି କାମ ପାଇଁ ବୋଲି ସେମାନଙ୍କୁ କହି ତାଙ୍କ ବ୍ରେନ ୱାସ କରାଯାଇଥିଲା । ୩୨ ଜଣଙ୍କ ଟ୍ରେନିଂ ପରେ ୧୦ ଜଣଙ୍କୁ ଅପରେସନ ପାଇଁ ଚୟନ କରାଗଲା । ସେମାନେ ହେଉଛନ୍ତି ଇସମାଇଲ ଖାନ, ବାବର ଇମ୍ରାନ, ନାସିର, ଆବୁ ସାହେବ(ସୋହେବ), ନାଜିର, ହାଫିଜ ଅରସଦ, ଜାଭେଦ, ଅବଦୁର ରେହମନ, ଫାହାଦୁଲା ଓ ଭାରତର ପ୍ରତି ଘରେ ପରିଚିତ ଥିବା ଆଜମଲ କସବ । ଏହି ୧୦ ଜଣ ଆଗରୁ ଛୋଟ ବଡ଼ କ୍ରାଇମରେ ଲିପ୍ତ ଥିଲେ । ୧୦ ଜଣଙ୍କୁ ଚୟନ ପରେ ପାକ୍ ଅଧିକୃତ କାଶ୍ମୀରରେ ଏମାନଙ୍କର ୩ ରାଉଣ୍ଡରେ ଟ୍ରେନିଂ ହୁଏ । ପ୍ରଥମ ରାଉଣ୍ଡ ଟ୍ରେନିଂର ନାମ ହେଉଛି ‘ଦୌରା ସୁଫା’ । ଏହି ଟ୍ରେନିଂ ପାକିସ୍ତାନର ମୁରିଦ ଅଞ୍ଚଳରେ ହୋଇଥିଲା । ଏହି ଟ୍ରେନିଂ ୨୧ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହି ଟ୍ରେନିଂରେ ସେହି ୧୦ ଜଣଙ୍କୁ ବିଭିନ୍ନ ପ୍ରକାର ବ୍ୟାୟାମ ଶିକ୍ଷାଯାଏ । ଏହି ଟ୍ରେନିଂ ପରେ ଆରମ୍ଭ ହୁଏ ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ‘ଦୌରା ଆମନ’ । ଏହି ଟ୍ରେନିଂ ପାକିସ୍ତାନ ମନସେରା ନିକଟସ୍ଥ ବଟଲ ଗାଁରେ ୨୧ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହି ଟ୍ରେନିଂ ମାଧ୍ୟମରେ ସେମାନଙ୍କୁ ବନ୍ଧୁକ ଚଳାଇବ ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଚଳାଇବା ଶିଖାଯାଇଥିଲା । ଯେପରି କି ଏକେ-୪୭, ୟୁଜି ଓ ଆରଏକ୍ସ ପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଏହି ଟ୍ରେନିଂକୁ ଅବଦୁଲ ରେହମାନ ପରିଚାଳନା କରୁଥିଲା । ପରିଶେଷରେ ଆରମ୍ଭ ହୁଏ ଶେଷ ପର୍ଯ୍ୟାୟ ଟ୍ରେନିଂ ‘ଦୌରା ଖାସ’ । ଏହି ଟ୍ରେନିଂ ପାକିସ୍ତାନର ମୁଜାଫରବାଦରେ ହୋଇଥିଲା । ଏହି ଟ୍ରେନିଂ ମାଧ୍ୟମରେ ସେମାନଙ୍କୁ ହ୍ୟାଣ୍ଡ ଗ୍ରେନେଡ, ରକେଟ ଲଞ୍ଚର ପରି ହତିଆର ଚାଳନା ଶିଖା ଯ୍ଧବଥିଲା ।

୩ ରାଉଣ୍ଡ ଟ୍ରେନିଂ ପରେ ଜକିୟ୍ୟୁର ରେହମନ ଲକ୍ଷବି ଓରଫ ଚାଚା ୨-୨ ଜଣ ଲେଖାଏଁ ଟିମ ଗଠନ କରିଥିଲେ । ପୂର ୧୦ ଜଣିଆ ଟିମର ମୁଖ୍ୟ ଥିଲା ଆବୁ ଇସମାଇଲ ଖାନ । ଯାହା ପାଖରେ ଏକ ସ୍ୟାଟେଲାଇଟ ଫୋନ ରହିଥିଲା । ଯାହା ଦ୍ୱାରା ସେ ପାକିସ୍ତାନରେ ବସିଥିବା ଆକାମାନଙ୍କ ସହ ସିଧାସଳଖ କଥା ହେଉଥିଲା ଅପରେସନ ସମୟରେ । ଏହି ଭିତରେ ୨୦୦୮ ସେପ୍ଟମ୍ବର ହୋଇଯାଇଥାଏ । ସେହି ୧୦ ଜଣଙ୍କୁ ପ୍ରଥମରୁ କୁହାଯାଇଥିଲା କି କାଶ୍ମୀରରେ ଆକ୍ରମଣ ପାଇଁ, କିନ୍ତୁ ପ୍ରଥମ ଥର ସେପ୍ଟମ୍ବରରେ ଚାଚା ଏମାନଙ୍କୁ ମୁମ୍ବାଇରେ ଆକ୍ରମଣ କରିବାକୁ କହିଥିଲା । ଏହା ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ